କେନ୍ଦ୍ର ସରକାର ଦଶମ ଓ ଦ୍ୱାଦଶ ପରୀକ୍ଷା ସମୟ ସୀମା ସ୍ପଷ୍ଟ କରନ୍ତୁ : ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ବର୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି । ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ଚିଠିରେ ଉଲ୍ଲେଖ ଥିବା ସହ କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ୍ ଜାରି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ସମୟ ନିର୍ଦ୍ଧଂଟ (ଟାଇମ ଫ୍ରେମ) ପ୍ରସ୍ତୁତ କରିବା ପାଇଁ କହିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ ଦୂର ହୋଇଯିବ । ସମସ୍ତ ଉଚ୍ଚତର ଶିକ୍ଷା ଇଂଟରଲିଙ୍କ ଥିବାରୁ ଜାତୀୟ ଗାଇଡଲାଇନ ହେଉ । ୨୦୨୦-୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରନ୍ତୁ । ଡିଜିଟାଲ୍ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ ବିଭିନ୍ନ ମାଧ୍ୟମ ନେଇଛୁ । ମାତ୍ର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇନି ବୋଲି ଚିଠିରେ ଉଲ୍ଲେଖ ଥିବା ନେଇ ସୂଚନା ମିଳିଛି ।

Comments (0)
Add Comment