କୈରାଲୀ କଲେଜରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା, ଦୁର୍ନୀତି ହଟିଲେ ,ଦେଶ ହସିବ

ଚମ୍ପୁଆ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ କୈରାଲୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ/ଅଧ୍ୟାପିକା ଓ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ରାଜମୋହନ ପି.ଏସ,ସମ୍ପାଦିକା ଉମା ରାଜ ମୋହନ,ପରିଚାଳକ ମୁରଲୀଧରନ କେ.ଏସ,କାର୍ଯ୍ୟାଳୟ ଅଧ୍ୟକ୍ଷ ଦୈତାରୀ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଵି.ରାମାରାଜୁ, ପ୍ରଧ୍ୟାପକ ଗିରିଜା ଶଙ୍କର କରଙ୍କ ତତ୍ବାବଧାନରେ ସଚେତନତା ଶୋଭାଯାତ୍ରାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ନିବାରଣ ସମ୍ବର୍ଦ୍ଧିତ ଵିଭିନ୍ନ ପ୍ରକାରର ସ୍ଲୋଗାନ ଓ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ସମାଜର ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଦୁର୍ନୀତି ହଟିଲେ,ଦେଶ ହସିବ ଓ ପ୍ରଗତିର ରଥ ଆଗକୁ ଯିଵ ବୋଲି ସଚେତନ କରାଇଥିଲେ । ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଶପଥ ପାଠ କରିଥିଲେ । ଏହି ଉପଲକ୍ଷେ ଗତକାଲି କଲେଜରେ ଆୟୋଜିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । 

Comments (0)
Add Comment