କୋକସରା ଥାନାରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା: ବିବାହ ପାଇଁ ପରିବାର ଲୋକେ ଅନୁମତି ନ ଦେବାରୁ ଘର ଛାଡି ଫେରାର ହୋଇଥିବା ପ୍ରେମୀଯୁଗଲ ଶେଷରେ ଥାନା ଦ୍ୱାରସ୍ତ ହୋଇ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରେମୀଯୁଗଲ ହେଲେ କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ର ଯୁବତୀ ଶକୁନ୍ତୋଲା ଗୋପାଲ (୨୨) ଓ ଖପ୍ରାମାଲ ଗ୍ରାମ ର ଯୁବକ ରାଜେଶ କୁମାର ରାଉତ (୨୬) । ସୂଚନା ଅନୁସାରେ, ରାଜେଶ ଓ ଶକୁନ୍ତଳା ଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା ଓ ପ୍ରେମ ନିବିଡ ହେବାପରେ ଉଭୟ ବିବାହ ପାଇଁ ନିଷ୍ପତି ନେଇଥିଲେ । ହେଲେ ପରିବାର ଲୋକ ଅନୁମତି ଦେଇ ନଥିଲେ ଶେଷରେ ଘରଛାଡି ପ୍ରେମୀଯୁଗଳ ଫେରାର ହୋଇଥିଲେ । ଏନେଇ ଝୀଅ ଘର ଲୋକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବରବର୍ତ୍ତି ସମୟରେ ଉଭୟ ପ୍ରେମିକ ପ୍ରେମିକା ଥାନାରେ ଆତ୍ମ ସମର୍ପଣ କରି ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ପୋଲିସ କୁ ଜଣାଇଥିଲେ । ଥାନା ପକ୍ଷରୁ ଉଭୟ ଙ୍କ ପରିବାର ଲୋକଙ୍କୁ ସହମତି ମାଗିଥିଲା ହେଲେ ପୁଅଘର ଲୋକେ ରାଜି ହୋଇ ନଥିଲେ । ଦୁଇ ଜଣ ସାବାଳକ ଥିବା ଯୋଗୁ୍ଁ ସେମାନଙ୍କ ବୟାନ ନେବାପରେ ପ୍ରେମୀ ଯୁଗଳ ଙ୍କୁ କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ କୋକସରା ଥାନା ପରିସରରେ ବିବାହ ବନ୍ଧନ ରେ ଆବଦ୍ଧ କରିବାକୁ ଅନୁମତି ଦେଇଥିବା ଜଣାପଡିଛି । ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଙ୍କୁ ପଚରିବାରୁ ଦୁହିଁ ଜଣ ପ୍ରାପ୍ତ ବୟସ୍କ ଏଣୁ ସେମାନଙ୍କ ପାଇଁ ବିବାହ କରିବା ପାଇଁ ଆଇନ ଅନୁଯାୟୀ କିଛି କଟକଣା ନାହିଁ, ଏଣୁ ସେମାନେ ଦୁହେଁ ପରସ୍ପର ମଧ୍ୟରେ ବିବାହ କରି ଘର ସଂସାର କରିବାକୁ ରାଜି ଏଣୁ ଦୁହିଁ ଙ୍କୁ ବିବାହ କରିବାକୁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ।

Comments (0)
Add Comment