କୋଣାର୍କ: କରୋନା କଟକଣା ଯୋଗୁଁ ଦୀଘ ୯ ମାସ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ରହିଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ପୌରାଣିକ କଥାବସ୍ତୁକୁ ନେଇ ତଥ୍ୟଭିତିକି ଚଳଚ୍ଚିତ୍ରରେ ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ, ସୂର୍ଯ୍ୟମନ୍ଦିର ନିର୍ମାଣା, ମନ୍ଦିର ମୁଖଶାଳା, ଶାମ୍ବ ଉପଖ୍ୟାନ ସମେତ ବିଭିନ୍ନ ଐତିହ୍ୟକୁ ନେଇ ତଥ୍ୟଭିତିକ ଚଳଚ୍ଚିତ୍ର ପର୍ଯ୍ୟଟକମାନେ ଉପଭୋଗ କରିଥିଲେ । ପ୍ରଥମ ଦିନରେ ଗୋଟିଏ ଶୋ’ କରାଯାଇଥିଲା ବେଳେ ୩୨ ଜଣ ପର୍ଯ୍ୟଟକ ଦେଖିଥିବା ଜଣାପଡ଼ିଛି । କରୋନା କଟକଣା ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ୩ ଫୁଟ ଦୂରତାରେ ଚେୟାର ପକାଯାଇଥିବା ବେଳେ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳ କରାଯାଇଥିବା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।