କୋଭିଡ ନିୟମ କୁ କଲେ ଫୁ : ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁଲିସର ଚଢାଉ

ଖଲିକୋଟ – ଗଞ୍ଜାମରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଥିବା ବେଳେ ଲେକେ କିନ୍ତୁ ଚେତୁ ନାହାନ୍ତି । କୋଭିଡ୍ କଟକଣା କୁ ନମାନି ଶତାଧିକ ଲୋକଙ୍କ ସମାଗମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଚାଲିଥିବା ଆୟୋଜନକୁ ପଣ୍ଡ କରିଛି ପୁଲିସ । ପୁଲିସକୁ ଦେଖି ଛତ୍ର ଭଙ୍ଗ ଦେଲେ ଲୋକେ । ହଣ୍ଡା ହଣ୍ଡା ଖାଦ୍ୟ ପୋତି ଦେଲା ପୁଲିସ୍ । ଜିଲ୍ଲାପାଳ କ୍ଷମତା ପାଇଥିବା ସରପଂଚ ଏ ବାବଦରେ ଜାଣି ପାରିଲେ ନାହିଁ , ନା ସବୁ ଜାଣି ମଧ୍ୟ ରହିଲେ । ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାକୁଟ ଗାଁରେ । ଗାଁରେ ମା’ ବାହୁତୀ ମନ୍ଦିର ପ୍ରତିଷ୍ଠା ପାଇଁ ଶତାଧିକ ଲୋକ ସମାଗମ ହେବା ସହ ହଜାରରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା । ପୁଲିସ ଏନେଇ ଖବର ପାଇବା ପରେ ଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ଗଟଣାସ୍ଥଳରେ ପହଂଚି ଚଢାଉ କରିଥିଲେ । ପୁଲିସ୍ କୁ ଦେଖି ଉପସ୍ଥିତ ଲୋକେ ଦୌଡି ପଳାଇଥିଲେ ।ଏହାପରେ ପ୍ରଶାସନ ଓ ପୁଲିସ ରନ୍ଧା ଖାଦ୍ୟକୁ ଜବତ କରି ପୋତି ଦେଇଥିଲେ । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ । କରୋନା ପାଇଁ ଏତେ କଟକଣା ଓ ସଚେତନ କରାଯାଇଥିଲେ ବି ଲୋକେ ଏତେ ସଂଖ୍ୟାରେ ଏକାଠି ହେବା ସମସ୍ତଙ୍କ ଜୀବନକୁ ବିପନ୍ନ କରିପାରେ । ଏଣେ କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ଏଠାରେ ସରପଂଚଙ୍କ ଭୂମିକାକୁୂ ନେଇ ପ୍ରଶ୍ନ ଉଠିଛି । ସରପଂଚ ମନ୍ଦିର ପ୍ରତିଷ୍ଠା ନେଇ କିପରି ଖବର ପାଇନଥିଲେ ନ ଜାଣିଶୁଣି ହାତ ଟେକିଦେଇଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

Comments (0)
Add Comment