କୋରାପୁଟରେ ପ୍ଲାଜମା ବ୍ୟାଙ୍କର ଶୁଭଉଦାଘଟନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର- କୋରପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଏହା ଷଷ୍ଠ ପ୍ଳାଜମା ବ୍ୟାଙ୍କ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଳାଜମା ଦେବା ପାଇଁ ଅନୁରୋଧ କରିଛନ୍ତି । ମନ୍ତ୍ରୀ କହିଛନ୍ତି ପ୍ଳଜମା ଦେବା ଦ୍ୱାରା ରାଜ୍ୟରେ କରୋନା ମୃତ୍ୟୁ ହାର କମ ରହିବ । ପ୍ଳାଜମା ବ୍ୟାଙ୍କ ଓଡିଶାରେ ସଫଳ ଭାବେ କାର୍ଯ୍ୟ କାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଜୁଲାଇ ୧୬ ତାରିଖରେ କଟକ ଏସିବି ମେଡିକାଲରେ ପ୍ରଥମେ ପ୍ଳାଜମା ବ୍ୟାଙ୍କ ଉଦାଘଟନ କରାଯାଇଥିଲା । ମାଗଣାରେ ଏହି ପ୍ଳାଜମା ଦିଆଯାଉଥିଲା । ଜୁଲାଇ ୨୮ ତାରିଖରେ ଦିତ୍ୱୀୟ ପ୍ଳାଜମା ବ୍ୟାଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହୋଇଥିଲା । ଜୁଲାଇ ୩୧ରେ ତୃତୀୟ ପ୍ଳାଜମା ରାଉଲକେଲା ବଡ ମେଡିକାଲ । ଚତୁର୍ଥରେ ଅଗଷ୍ଟ ୫ ତାରିଖ ବରମ୍ବପୁର ଏମକେସିଜି ଓ ସମ୍ବଲପୁର ବିର୍ଲା ଭିମସାର ।

Comments (0)
Add Comment