ଖବରକାଗଜ ବିତରକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି

ଯାଜପୁର: ସାର ବିଶ୍ୱ ମହାମାରୀ ଆତଙ୍କରେ କବଳିତ ଥିବାବେଳେ ଲୋକମାନଙ୍କୁ ପଦା ନବାହାରି ଘରେ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକଙ୍କୁ ପରାମର୍ଶ ଦେଉଥିବାବେଳେ ଏମିତି କିଛି ବ୍ୟକ୍ତି ଅଛନ୍ତି ନିଜ ଜୀବନ ଏବଂ ପରିବାର ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇ ମଧ୍ୟ ରାତ୍ରରୁ ଚାଲିଯାଆନ୍ତି ଖବର କାଗଜ ପାଇଁ । ଦୀର୍ଘ ସମୟ ଅପେକ୍ଷା କଲାପରେ ରାତ୍ରର ଅନ୍ଧକାରରେ ମଶା ଡାଅଁସରେ ଅପେକ୍ଷା କଲାପରେ ପର୍ଯ୍ୟାୟକ୍ରମେ ଆସି ଥାଏ ଗୋଟେ ପରେ ଗୋଟେ ପେପର ଗାଡି । ଗାଡିରୁ ପେପର ବଣ୍ଡଲ କାଢିବା ପରେ କୋଡପତ୍ରଗୁଡିକୁ କାଗଜ ମଧ୍ୟରେ ପୁରାଇ କାଗଜ ଗୁଡିକୁ ବଂଡଲ କରି ବ୍ୟାଗରେ ଭରି ସାଇକେଲରେ ଓଳାଇ ବାହାରିଯାନ୍ତି ଘରକୁ ଘର । ପାଟିରୁ ବାହାରୁଥାଏ ଗୋଟିଏ ପଦ ପେପର ନେବ ପେପର ସମାଜ, ସମ୍ବାଦ, ଧରିତ୍ରି, ନ୍ୟାୟବତୀ ଏପରି ବହୁତ ପେପରର ନାଁ ଡାକି ଚାଲେ ସାଇକେଲ ଚଲାଇବା ସହିତ । ବାତ୍ୟା, ବନ୍ୟା, ଅଂଶୁଘାତ ଏପରିକି ଏହି ମହାମାରୀ ବିପଦ ସମୟରେ ସକାଳୁ ସକାଳୁ ଘର ଘର ବୁଲି ଲୋକମାନଙ୍କୁ ଯୋଗାଏ ଥାଏ ତାଜା ଖବର । ରାତି ୩ଟାରୁ ଘରୁ ବାହାରିଯାଇ ଫେରୁ ଫେରୁ ଦିବା ୨ ଘଟିକା । ଏହି ସମୟରେ ସେ ଭୁଲିଯାଇଥାଏ ଖାଇବାପିଇବା ଓ ନିଜ ଘର ପରିବାର । କିନ୍ତୁ ଦୁର୍ବାଘ୍ୟ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଏମାନଙ୍କୁ ଘୋଷଣା କରିଛନ୍ତି କରୋନା ଯୋଦ୍ଧା ଏପରିକି କୌଣସି ପୁରାତନ ବଡ ବଡ ଛାପା ଗଣମାଧ୍ୟମର ସଂସ୍ଥା କରିନାହାଁନ୍ତି କୌଣସି ବ୍ୟବସ୍ଥା । ନା ଏମାନଙ୍କ ପାଇଁ ଅଛି କିଛି ବିଶେଷ ସହାୟତା । ଯଦି ଅଛି ଏମାନଙ୍କ ପାଇଁ କେବଳ ଲୋକମାନଙ୍କର ଭଲପାଇବା ଏବଂ ଲୋକମାନଙ୍କ ନିକଟରେ ଖବର ପହଂଚାଇବାର ନିଶା । ଏଥିପାଇଁ ତ ସେମାନେ ଭୁଲିଯାଇଛିନ୍ତି ନିଜ ଜୀବନ ଓ ଆତ୍ମସୌଜନ୍ୟଙ୍କ କଥା । ଏହି ମହାମାରି କରୋନାରେ ଘର ଘର ବୁଲି ବାଂଟି ଚାଲିଛନ୍ତି ଖବର କାଗଜ । ଏପରି ଜଣେ ବ୍ୟକ୍ତି ହେଲେ ଯାଜପୁର ମ୍ୟୁନିସିପାଲିଟି ଅର୍ନ୍ତଗତ ୧୭ ନଂ ୱାର୍ଡ ଦେବିଦ୍ୱାର ଗ୍ରାମର ଭ୍ରମରବର ସୂତାର (୪୨ ବର୍ଷ) ଯିଏକି ୧୯୯୩ ମସିହାରୁ ଦୀର୍ଘ ୨୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଖବର କାଗଜ ବିତରକଭାବେ କାର୍ଯ୍ୟ କରି ଆସୁଛନ୍ତି । ଖବର କାଗଜ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ସେ ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟ କରିଆସୁଛନ୍ତି । ସବୁ ସମୟରେ ଏପରିକି ନା ଖରା ନା ଶୀତ ଅବା ବର୍ଷାକୁ ଖାତିର ନକରି ରାତି ୩ଟାରୁ ଉଠି ନିତ୍ୟକର୍ମ ସାରି ଘରୁ ବାହାରି ଯାଇ ସକାଳୁ ସକାଳୁ ଲୋକଙ୍କ ଘର ନିକଟରେ ଖବର କାଗଜକୁ ପହଂଚାଇଥାନ୍ତି । ଏସବୁ କାର୍ଯ୍ୟକୁ ସେ ନିଷ୍ଠାର ସହିତ କରିବା ସହିତ କେବେବି ନିଜକୁ ଏଥିରୁ ବଂଚିତ ନକରି ଏହି ସେବାରେ ଲାଗି ରହିଛନ୍ତି । କରୋନା ସମୟରେ ଲୋକେ ଘରେ ବସି କେମିତି ସୁବିଧାରେ ଖବର କାଗଜ ପାଇପାରିବେ ସେଥି ପ୍ରତି ଧ୍ୟାନ ଦେଇ ନିଜ ଜୀବନକୁ ବାଜିଲଗାଇ ସେ ଲୋକଙ୍କ ନିକଟରେ ଖବର କାଗଜ ପହଂଚାଇଥାନ୍ତି । ଏ ସଂପର୍କରେ ଭ୍ରମରବର ସୂତାର କୁହନ୍ତି ଦୀର୍ଘ ୨୮ ବର୍ଷ ଧରି ଖଣ୍ଡେ ସାଇକେଲ ଧରି ପ୍ରତ୍ୟେହ ମେଡିକାଲ ଛକ ଠାରୁ ଜାହାନପୁର ପଂଚାୟତ ପର୍ଯ୍ୟନ୍ତ ଯାଜପୁର ସହରର ଗଳିକନ୍ଦିରେ ଲୋକଙ୍କ ଘର ନିକଟରେ ତାଜା ଖବର ପହଂଚାଇଥାନ୍ତି । କରୋନାର ଦ୍ୱିତୀୟ ଲହରି ଜାରି ରହିଥିବାବେଳେ ମୁହଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ସେ ଏବେ ଖବର କାଗଜ ବିତରଣ କରୁଛନ୍ତି । ଖବର କାଗଜ ବିତରକ ଏହି ବିପଦ ସମୟରେ କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କୁ କରୋନା ଯୋଦ୍ଧା ଭାବେ ସରକାର ଘୋଷଣା କରିବାକୁ ସେ ଦାବି କରଛନ୍ତିି ।

Comments (0)
Add Comment