ଖରସ୍ରୋତା ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ବିଶ୍ୱ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁବୋଧ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଞ୍ଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ସମ୍ମାନିତ ଅତିଥି ଭାବେ ବିଞ୍ଝାରପୁର ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପରିବେଶ ଓ ମନୁଷ୍ୟ ଅଙ୍ଗିଙ୍ଗି ଭାବେ ଜଡିତ । ତେଣୁ ପରିବେଶର ସୁରକ୍ଷା ମନୁଷ୍ୟ ଦ୍ୱାରା ହେବା ନିତ୍ୟାନ୍ତ ଆବଶ୍ୟକ । ସୁସ୍ଥ ପରିବେଶ ଗଠନ ଦ୍ୱାରା ସୁସ୍ଥ୍ୟ ମାନବ ସଭ୍ୟତା ସମ୍ଭବ , ତେଣୁ ପ୍ରତ୍ୟେକ ମନୁଷ୍ୟ ବୃକ୍ଷ ରୋପଣ କରିପରିବେଶର ସୁରକ୍ଷା ଓ ଜତ୍ନନେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲୋ ଏହି ଅବସରରେ ଅତିଥି ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ମହାବିଦ୍ୟାଳୟ ପରିସରରେ ବିଭୀନ୍ନ ଔଷଧିୟ ବୃକ୍ଷ ରୋପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀକାନ୍ତ ନାୟକ, ଘନଶ୍ୟାମ ଜେନା, ମିହିର ରାଉତ, କୈଳାସ ମିଶ୍ର, ପଞ୍ଚାନନ ଜେନା, କୈଳାସ ବେହେରା, ଚିନ୍ମୟ କୁମାର ଥାଟୋଇ, ପବିତ୍ର ମୋହନ ସାହୁ, ଚନ୍ଦ୍ରହାସ୍ୟ ମଲ୍ଲିକ, ମଳୟ କୁମାର ଦାଶ, ବୀରାଜ କୁମାର ସାହୁ, ଜଗବନ୍ଧୁ ଦାସ, ଉମେଶ ଜେନା, ସତ୍ୟ ନାୟକ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲୋ

Comments (0)
Add Comment