ଖାଲଗାଁରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ବାଲିକୁଦା : ବାଲିକୁଦା ବ୍ଲକର ବିଭିନ୍ନ ଟିଏମସିରୁ ପୁଣି ୯ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଏମାନେ ସମସ୍ତେ ନିଜ ନିଜର ପଂଚାୟତ କ୍ୱାରେଂଟାଇନ ସେଂଟରରେ ରହୁଥିବା ବେଳେ ଖାଲଗାଁ କ୍ୱାରେଂଟାଇନ ସେଂଟରରେ ରହୁଥିବା ପ୍ରବାସୀ ଜଣକ ରାତିରେ ନିଜ ଘରକୁ ଚାଲି ଯାଇଥିଲେ । ଯାହାଙ୍କ ଠାରେ ପରବର୍ତୀ ସମୟରେ ପରୀକ୍ଷାରୁ କରୋନା ଚିହ୍ନଟ ହୋଇଥିଲା । ଏହାକୁ ନେଇ ଗାଁ ଲୋକେ ଆତଙ୍କିତ ଥିବା ବେଳେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଯାଇଛି । ପ୍ରବାସୀ ଜଣକ ଚେନାଇରୁ ଆସିଥିବା ବେଳେ ଗାଁରେ ପହଂଚି ପ୍ରଥମେ ପଂଚାୟତରେ କରାଯାଇଥିବା ଟିଏମସିରେ ଥଲେ । ମାତ୍ର ଅନ୍ୟ ସମସ୍ତ ପ୍ରବାସୀ ଘରକୁ ଡିସଚାର୍ଜ ହୋଇ ଯ୍ାଇଥିବା ବେଳେ ଏହି ଫ୍ରବାସୀ ଜଣକ ଏକୁଟିଆ ରହିଯାଇଥିଲେ । ଏକୁଟିଆ ରହିବାକୁ ସେ ରାଜି ହୋଇ ଣଥିଲେ । ପରେ ରାତି ଦଶଟା ସମୟରେ ଟିଏମସିରୁ ଘରକୁ ଚାଲି ଯାଇଥିଲେ । ରାତିରେ ନିଜ ଘରେ ରହିଥିଲେ ଓ ତା ପରଦିନ ବଜାର ଘାଟରେ ମଧ୍ୟ ବୁଲାବୁଲି କରିଥିଲେ । ପରେ ପୁଣି ତାଙ୍କୁ ଟିଏମସିକୁ ଅଣା ଯାଇ ତାଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଅଂଚଳରେ ତାଙ୍କୁ ନେଇ ଚିନ୍ତା ଘାରିଛି । ଅନ୍ୟ ପକ୍ଷରେ ସରପଂଚଙ୍କ ସହ ଝଗଡା କରି ସେ ଟିଏମସିରୁ ଚାଲି ଯାଇଥିଲେ ବୋଲି ସରପଂଚ ଗୋବିନ୍ଦ ସେଠୀ କହିଛନ୍ତି । ମାତ୍ର ସେ ରାତିରେ ଘରେ ରହି ସକାଳେ ଗାଁରେ ବୁଲା ବୁଲି କରିବା ବଜାର ଘାଟ ଯିବା ଓ ଅନ୍ୟମାନଙ୍କ ସହ ମିଳା ମିଶା କରିଥିବା କଥା ଏବେ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି । ଯଦି ପ୍ରବାସୀ ଜଣକ ନିଜ ଘରକୁ ଯାଇଛନ୍ତି ତେବେ ଫ୍ରଥମେ ତାଙ୍କ ପରିବାର ସଂକ୍ରମିତ ହେବା ଆଶଙ୍କା ଦେଖା ଦେଇଛି । ସେହିପରି ଯେହେତୁ ସେ ବଜାର ଘାଟରେ ବୁଲାବୁଲି କରିଛନ୍ତି ସେ ଯାହା ଯାହା ସହିତ ମିଶିଥିବେ ସେମାନେ ମଧ୍ୟ ସଂକ୍ରମଣ ହେବା ଅଶଙ୍କାକୁ ଦୂରେଇ ଦିଆ ଯାଇ ନ ପାରେ । ତେବେ ଉକ୍ତ ପ୍ରବାସୀଙ୍କ ପରିବାର ଓ ସେହି ଗାଁରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

Comments (0)
Add Comment