ଖୁବଶୀଘ୍ର ମାଲକାନଗିରିରେ ଉଡ଼ିବ ବିମାନ

ମାଲକାନଗିରି : ଖୁବଶୀଘ୍ର ମାଲକାନଗିରି ଜିଲ୍ଲାରେ ଉଡ଼ିବ ବିମାନ। ଏନେଇ ଏକ ବାୟୁ ସେବାର ବିଶେଷଜ୍ଞ ଦଳ ମାଲକାନଗିରି ଠାରେ ନିର୍ମାଣଧୀନ ଏୟାର ଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି। ଏହି ବିଶେଷଜ୍ଞ ଦଳ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରିଠାରେ ପହଞ୍ଚିଥିଲେ। ପ୍ରଥମେ ବାୟୁ ପଥ ଦେଇ ଯାତ୍ରା କରି ଏୟାର ଷ୍ଟ୍ରିପ ର ଆୟତ୍ତକୁ ଦେଖିବା ସହିତ ସମୀକ୍ଷା କରିଥିଲେ, ଏବଂ ପରେ ବାୟୁ ସେବାର ବିଶେଷଜ୍ଞ ଟିମ୍ ଅବତରଣ କରିଥିଲେ । ଯେଉଁଥିରେ ବାୟୁ ଯାତାୟାତର ଏଜିଏମ ପ୍ରଦୀପ୍ତ କୁମାର ବେଜ ଏବଂ ରାଜ୍ୟ ଉଡ଼ାଣ ଉଦ୍ୟୋଗର ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ରହିଥିଲେ।ଏବଂ ନିର୍ମାଣଧୀନ ଏୟାର ଷ୍ଟ୍ରିପର ସମୀକ୍ଷା କରିଥିଲେ। ୫୪ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣଧୀନ ଏୟାର ଷ୍ଟ୍ରିପରେ ୧୬୫୦ ମିଟର ବିଶିଷ୍ଟ ରନୱେ ରହିଥିବା ବେଳେ, ଟର୍ମିନାଲ ଗୃହ ଇତ୍ୟାଦିର ସମୀକ୍ଷା କରିଛନ୍ତି ବିଶେଷଜ୍ଞ ଦଳ। ତତ୍ ସହିତ ବିଭାଗୀୟ ଅଧିକାରୀ ଏବଂ ଘରୋଇ ଠିକା ସଂସ୍ଥାକୁ ନିର୍ଦିଷ୍ଟ ସମୟ ସୀମା ଭିତରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଡୁ, ରାଜ୍ୟ ପୂର୍ତ୍ତବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ପୂର୍ତ୍ତବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଆଗକୁ ଖୁବଶିଘ୍ର ମାଲକାନଗିରି ଜିଲ୍ଲା ସହିତ ବାୟୁ ଯୋଗାଯୋଗ ସମ୍ଭବ ହୋଇପାରିବ ବୋଲି ସାଧାରଣରେ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Comments (0)
Add Comment