ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତକରଣ ଭିଜନ୍ ଡକ୍ୟୁମେଂଟ ଉନ୍ମୋଚନ

ଖୋର୍ଦ୍ଧା : ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଖୋଦ୍ଧା ଜିଲ୍ଲାର ହାଇସ୍କୁଲ ଟ୍ରାନ୍ସଫରମେସନ(ବିଦ୍ୟାଳୟ ରୁପାନ୍ତରଣ) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଭିଜନ ଡକ୍ୟୁମେଂଟ ଉନ୍ମୋଚନ କରିଛନ୍ତି । ଅତ୍ୟାଧୁନିକ ଭିତିଭୁମି ସୁବିଧା ସହିତ ବିଦ୍ୟାଳୟ ପରିବେଶରେ ସାମଗ୍ରୀକ ବିକାଶ ଆଣିବା ଲକ୍ଷରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩୨ଟି ବିଦ୍ୟାଳୟରେ ଏହିି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ କାର୍ଯ୍ୟାକାରୀ ହେବାକୁ ଯାଉଅଛି । ଏହି ଅବସରରେ ୫-ଟି ସଚିବ, ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି, ଡି. ଆର. ଡି. ଏ ର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ବନ୍ଦନା ମହାପାତ୍ର, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ୩୨ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ସରପଞ୍ଚ, ପାକ୍ତନ ଛାତ୍ରଛାତ୍ରୀ, ଏସଏମସି ସଦସ୍ୟ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ କଥାବର୍ତା କରିଥିଲେ । ହାଇସ୍କୁଲ ଟ୍ରାନ୍ସଫର୍ମେସନ ପଦକ୍ଷେପର ଏକ ଅଂଶ ଭାବରେ ବିଦ୍ୟାଳୟ ଗୁଡିକ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ସାଇନ୍ସ ଲାବୋରେଟାରୀ, କ୍ରୀଡା ତଥା କ୍ରୀଡା ଉପକରଣ, ବିଶୁଦ୍ଧ ପାନୀୟ ଜଳ ଆଦି ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ହେବ । ବିଦ୍ୟାଳୟ ରୁପାନ୍ତରଣ ଶିକ୍ଷଣ ପରିବେଶରେ ଉନ୍ନତି ତଥା ଶିକ୍ଷାର ମାନ ବିକାଶରେ ସହାୟକ ହେବ ବୋଲି ସମସ୍ତ ଅଂଶୀଦାର ମତବ୍ୟକ୍ତ କରିଥିଲେ । । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଂଶୀଦାର ସ୍ୱତନ୍ତ୍ର ସ୍ଲୋଗାନ ‘ବିଦ୍ୟାଳୟ ରୁପାନ୍ତରଣ ଆମ ସ୍ୱପ୍ନ ପୁରଣ’ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ୫ଟି ସଚିବ ପ୍ରଯନô, ପ୍ରକି୍ରୟ. ପରିବର୍ତନ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷତା ଆଣି ପରିବା ବୋଲି କହିଥିଲେ । ଛାତ୍ରଛାତ୍ରୀମାନେ ଭଳ ମଣିଷ ହୋଇ ଆଗକୁ ବଢିବା ପାଇଁ ଇଛା ପ୍ରକଟ କରିବା ସହ ମେଡିକାଲ, ଇିନିୟରିଂରେ ୧୫% ସଂରକ୍ଷଣ ପାଇଁ ନିଜ ନିଜର ଖୁସି ବ୍ୟକ୍ତ କରିଥିଲେ ଓ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

Comments (0)
Add Comment