କଟକ : ଆଗକୁ ଆସୁଛି ମା’କାଳୀଙ୍କର ପୂଜା ଓ ଦୀପାବଳୀ। କୋଭିଡ ପାଇଁ ଚଳିତ ବର୍ଷ କେବଳ ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଏଭଳି କ୍ଷେତ୍ରରେ ଆଗକୁ କାଳୀପୂଜା ଓ ଦୀପାବଳୀ ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ ହେବ। ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ କରାଯିବ। ସେହିପରି କୋଭିଡ ନିୟମ ଅନୁଯାୟୀ କଟକରେ ପୂର୍ବବର୍ଷ ଭଳି ବାଣ ଦୋକାନ ଖୋଲାଯିବ। ଏନେଇ ଡିସିପି ସୂଚନା ଦେଇଛନ୍ତି ବୋଲି ସୂଚନା ମିଳିଛି। କାଳୀପୂଜା ପାଇଁ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୫୦ ଅଧିକାରୀ ମୁତୟନ ହେବେ। ଏହାସହ ପୂବବର୍ଷ ଭଳି ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିବ ମାତ୍ର ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ, କେଉଁଠି ବାଣ ଦୋକାନ କରାଯିବ, ସେନେଇ ସ୍ଥିର କରାଯିବ ବୋଲି ମଧ୍ୟ ଡିସିପି କହିଛନ୍ତି।