ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଓଡ଼ିଶା ସମେତ ସାରା ଦେଶରେ ଯେଉଁ ଉଦ୍ବେଗଜନକ ଅବସ୍ଥା ସୃଷ୍ଟି ହୋଇଛି, ସେଥିରୁ ମୁକୁଳିବା ଏତେ ସହଜ ବ୍ୟାପାର ନୁହେଁ । ଏହା ସତ୍ତେ୍ୱ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଲକଡ଼ାଉନ/ସଟ୍ଡ଼ାଉନ କଟକଣା ଜାରି କରିବା ସହ କରୋନା ପ୍ରଭାବିତ (ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ, ଗରିବ, ଦିନମଜୁରିଆ, ଉଦ୍ୟୋଗୀ, ଶିଳ୍ପପତିଙ୍କ ପର୍ଯ୍ୟନ୍ତ)ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଶେଷକରି ଜୀବନ ଜୀବିକା ନିମନ୍ତେ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ବ୍ୟବସ୍ଥା ଘୋଷଣା କରିଛନ୍ତି । ସମାଜର ସବୁ ବର୍ଗର ସବୁ ଶ୍ରେଣୀର ସ୍ୱାର୍ଥରକ୍ଷା-ଜୀବନ ଜୀବିକା ସୁରକ୍ଷା ବିଷୟରେ ସରକାର ଚିନ୍ତା କଲା ବେଳେ ଗଣମାଧ୍ୟମ (ଉଭୟ ପ୍ରିଣ୍ଟ ଓ ଇଲେକଟ୍ରୋନିକ ମିଡ଼ିଆ, ସମ୍ବାଦ ସରବରାହ ସଂସ୍ଥା, ନୁ୍ୟଜ ଏଜେନ୍ସି, ସାମାଜିକ ଗଣମାଧ୍ୟମ, ୱେବ୍ ପୋର୍ଟାଲ ଇତ୍ୟାଦି)ରେ କାମ କରୁଥିବା ସାମ୍ବାଦିକମାନଙ୍କ ସମସ୍ୟା ଓ ଦୁଃଖ କଥା କେମିତି ପାଶୋରି ଗଲେ ତାହା ଏବେ ଚିନ୍ତାର ବିଷୟ ହୋଇଛି । କାରଣ ଗରିବ,ଦିନ ମଜୁରିଆ, ଚାଷୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି, ବଡ଼ ବ୍ୟବସାୟୀ ଓ ପୁଞ୍ଜିପତିଙ୍କ ସମସ୍ୟା ସର୍ବୋପରି ରାଜନୈତିକ, ଅର୍ଥନୈତିକ, ସାମାଜିକ ଏବଂ ପ୍ରଶାସନିକ ବ୍ୟବସ୍ଥାର ବାସ୍ତବ ଚିତ୍ର ଗଣମାଧ୍ୟମ ଜରିଆରେ ହିଁ ଲୋକଲୋଚନକୁ ଆସିଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଗଣମାଧ୍ୟମ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କର ସେତୁ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ହେଲେ କରୋନା ମାଡ଼ରେ ଘାଇଲା ହୋଇଥିବା ସମାଜର ସବୁ ଶ୍ରେଣୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଘୋଷଣା କରିବା ସହ ସହାୟତାର ହାତ ବଢାଇଥିଲେ ମଧ୍ୟ ଗଣମାଧ୍ୟମ ଏଯାବତ ଏହି ସୁବିଧା ପାଇବାରୁ ବଞ୍ଚିତ ଏବଂ ଉପେକ୍ଷିତ ହୋଇ ଆସିଛି । କାହିଁକ ଓ କଣ ପାଇଁ ସରକାର ଗଣମାଧ୍ୟମ ପ୍ରତି ଏତେ ନିଷ୍ଠାର ଏବଂ ଅବିଚାର ଓ ଉପେକ୍ଷା ମନୋଭାବ କରିଚାଲିଛନ୍ତି ବା ଦେଖାଇ ଚାଲିଛନ୍ତି, ତାର ଅସଲ ଉଦେ୍ଧଶ୍ୟ ବି ସ୍ପଷ୍ଟ ନୁହେଁ । କରୋନା ସମୟରେ ସରକାର ଯେଉଁସବୁ ପ୍ରକାର ସହାୟତା ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସକାଶେ ପ୍ରଦାନ କଲେ, ସେହି ସହାୟତା ପାଇବାରୁ ଗଣମାଧ୍ୟମ ଓ ଏଥିରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କୁ କାହିଁକି ବଞ୍ଚିତ କରାଇଲେ? ବାସ୍ତବରେ ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସମୂହ କଥା ସର୍ବଦା ଚିନ୍ତା କରିଥାନ୍ତି, ହେଲେ କରୋନା ସମୟରେ ଗଣମାଧ୍ୟମ ଏଥିରୁ କିପରି ବାଦ୍ ପଡ଼ିଲା । ସରକାର କଣ ଗଣମାଧ୍ୟମର ଏବଂ ଏଥିରେ କାମ କରୁଥିବା ଶ୍ରମିକ କର୍ମଚାରୀ (ସାମ୍ବାଦିକ)ମାନଙ୍କ ଦୁଃଖ ଓ ସମସ୍ୟା କିଛି ଜାଣନ୍ତି ନାହିଁ? ସରକାରଙ୍କ ପାଖରେ ଗଣମାଧ୍ୟମ ଏବଂ ଏଥିରେ କାର୍ଯ୍ୟରତ କର୍ମଚାରୀ ବିଶେଷକରି ସାମ୍ବାଦିକ (ସ୍ୱୀକୃତିପ୍ରାପ୍ତ) ମାନଙ୍କର ଟିକିନିଖି ହିସାବ ରହିଛି । ବିଭାଗୀୟ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନେ ସମସ୍ତେ ଏସବୁ ବିଷୟରେ ଭଲ ଭାବେ ଜାଣନ୍ତି । ହେଲେ ବର୍ତ୍ତମାନ ଅବସ୍ଥାରେ କେହି ହେଲେ ଏ ବିଷୟରେ ବୁଝୁନାହାଁନ୍ତି କି କିଛି ବି କରୁନାହାଁନ୍ତି । ସେମାନେ ବା କ’ଣ କରିପାରିବେ? ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଗୃହକୁ ଆସି କରୋନା ପାଇଁ ଲକ୍ଡ଼ାଉନ ବିଷୟରେ ଘୋଷଣା କରିବା ସହ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସିନେମା ହଲ, ଥିଏଟର, ସୁଇମିଂ ପୁଲ୍, ପାର୍କ, ଜିମ୍ନାସିୟମ, ଧାର୍ମିକ ସ୍ଥଳ ଇତ୍ୟାଦି ମଧ୍ୟ ବନ୍ଦ ରହିବା ନେଇ ଘୋଷଣା କଲେ । ସପ୍ତାହକ ପରେ ଲୋକସେବା ଭବନ ସମେତ ସମସ୍ତ ସରକାରୀ ଦପ୍ତରକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଜାରୀ ହେଲା । ସେବେଠାରୁ ଏପର୍ଯ୍ୟନ୍ତ ହିସାବକୁ ନିଆଗଲେ ଅର୍ଥାତ୍ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ଇତି ମଧ୍ୟରେ ୭ ମାସରୁ ଅଧିକ ସମୟ ହୋଇଗଲାଣି । ତଥାପି ସରକାରଙ୍କ କଟକଣା ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ତେବେ ଗଣମାଧ୍ୟମକୁ କଟକଣା ମଧ୍ୟରେ ରଖିବା କେଦେ ଦିନ ପର୍ଯ୍ୟନ୍ତ ·ଲୁ ରହିବ ଏବଂ ପ୍ରକୃତ ଖବର ଜାଣିବାର ଅଧିକାରରୁ ଆଉ କେତେଦିନ ଗଣମାଧ୍ୟମକୁ ବଞ୍ଚିତ କରାଯିବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ଦୃଷ୍ଟିରୁ ବର୍ତ୍ତମାନର ସରକାର ଗଣମାଧ୍ୟମ ପ୍ରତି ଶୁଭ ଦୃଷ୍ଟି ରହିବା ବା‚ନୀୟ ବୋଲି ଅନେକ ମତ ଦେଇଛନ୍ତି ।