ବାଲିକୁଦା: ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଂଚ ମାନେ ବିଭିନ୍ନ ସମସ୍ୟାକୁ ନେଇ ଆଜି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ ବସିଥିବା ଦେଖିବାକୁ ମିଳିଥିଲା । ସରପଂଚ ସଂଘ ସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ ଅନୁସୂୟା ସାହୁଙ୍କ ନେତୃ୍ତ୍ୱରେ ୪ ଦଫା ଦାବିକୁ ନେଇ ସରପଂଚ ମାନେ ଏଠାରେ ଏକ ପ୍ରକାର ଧାରଣାରେ ବସି ରହିଥିଲେ । ସମସ୍ୟାର ସମାଧାନ ପାଇଁ ଗତ ୧୦ ତାରିଖରେ ସରପଂଚ ସଂଘ ପକ୍ଷରୁ ବିଡ଼ିଓ କଲ୍ୟାଣ ସୌରଭ ଦାସଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗତ ୧୪ ତାରିଖ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଜିର ଦିନରେ ଗାନ୍ଧି ମୂର୍ତୀ ତଳେ ସରପଂଚ ମାନେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଥିଲେ । ପୂର୍ବର ଚେତାବନୀ ଅନୁଯାୟୀ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷପ ନିଆ ଯାଇ ନ ଥିବାରୁ ଆଜି ସରପଂଚ ମାନେ ପୂର୍ବ ନିର୍ଦ୍ଧାରିତ ନିଷ୍ପତି ପାଳନ କରିଥିଲେ । ପରେ ବିଡ଼ିଓ ଡ. ଦାଶ, ଏବିଡ଼ିଓ ସଞ୍ଜୟ ଦାସ, ମଙ୍ଗଳ ଅଧିକାରୀ ପ୍ରମୋଦ ବିଶ୍ୱାଳ, ପ୍ରମୁଖ ସରପଂଚ ମାନଙ୍କ ନିକଟରେ ପହଂଚି ସେମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରି ପାଛୋଟି ନେଇଥିଲେ । ପରେ ସରପଂଚ ମାନଙ୍କ ସହ ବ୍ଲକ ସଦ୍ଭାବନା କକ୍ଷରେ ଆଲୋଚନା କରାଯାଇଥିଲା । ତେବେ ସରପଂଚ ମାନଙ୍କ ସମସ୍ତ ସମସ୍ୟାର ସମାଧାନ ଖୁବଶୀଘ୍ର ସମାଧାକନ ହେବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଥିଲାା