ଗୁଣପୁରରେ କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡା: ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନାଗୁଡାସ୍ଥିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ଖାଦ୍ୟ ପେୟ ଓ କେନ୍ଦ୍ରର ସଫାସୁତୁରା ପ୍ରତି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସେହସିପରି ଗୁଣପୁର ଆଦର୍ଶ ବିଦ୍ୟାଳୟର ସ୍ଥାୟୀ ସଙ୍ଗରୋଧକେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ଯେକୌଣସି ପରିସ୍ଥିତିରେ ବି ଅନ୍ତେବାସୀ ସେମାନଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇ ପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅସ୍ଥାୟୀ କେନ୍ଦ୍ର ଗୁଡିକରେ ଅଧିକ ସଂଖ୍ୟକ ପୋଲିସ ମୁତୟନ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସହ ବିଚାର ବିମର୍ଷ କରିଥିଲେ । ବହୁ ମାତ୍ରାରେ କୋଭିଡ ରୋଗୀ ବିଜୟପୁୁର ଗ୍ରାମରୁ ଚିହ୍ନଟ ହୋଇଥିବା କାରଣରୁ ଗ୍ରାମର ଚାରିପଟେ ସଂମ୍ପୁର୍ଣ୍ଣ ବ୍ୟରିକେଟ କରିବା ନିମନ୍ତେ ଅଧିକାରୀ ପରାମର୍ଶ ଦେଇଥିଲେ । ଗୁଣପୁର ପୌରସଂସ୍ଥା ଅଧିନରେ ଥିବା ଶାନ୍ତି ନଗର ଅଞ୍ଚଳକୁ ସମ୍ପୁର୍ଣ୍ଣ ସିଲ କରାଯାଇଥିବା ଦେଖି ଆଶ୍ୱସ୍ତି ପ୍ରକାଶ କରିଥିଲେ । ଜିଳ୍ଲାପାଳ ଗସ୍ତ ସମୟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଡକ୍ଟର ଶର୍ବନ ବିବେକ ଏମ, ଉପଜିଳ୍ଲାପାଳ, ଗୁଣପୁର ଡକ୍ଟର ସିଦେ୍ଧଶ୍ୱର ବଳିରାମ ବନେ୍ଦାର, ଗୁଣପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରମତୀ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ଅଧିକାରୀ ସାମିଲ ଥିଲେ । ସେହିପରି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ ବନ୍ଧୁ ନାୟକ ମଧ୍ୟ ଗୁଣପୁର ଉପଖଣ୍ଡ ଚିକିତ୍ସା ଲୟରେ ରହି ସ୍ଥିତି ସମୀକ୍ଷା କରିଥିଲେ । ରାୟଗଡ ଉପଜିଲ୍ଲାପାଳ ଶ୍ରୀ ପାତାପ ଚନ୍ଦ୍ର ପାଧାନ ଓ ତହସିଲଦାର ଶ୍ରୀ ଉମା ଶଙ୍କର ବେହେରା ସ୍ଥାନୀୟ କସ୍ତୁରୀ ନଗର ପ୍ରତିରୋଧ ଅଞ୍ଚଳରେ ଡେରାପକାଇ ସ୍ଥିତି ପରଖିଥିଲେ ।

Comments (0)
Add Comment