ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର କଲେ ‘ମୋ ସ୍କୁଲ’ ଅଭିଯାନର ପ୍ରଚାର


ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ମହାଲିଙ୍ଗ ନୋଡ଼ାଲ ହାଇସ୍କୁଲର ପୁରାତନ ଛାତ୍ର ସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆଲୁମିନି ସଂଘର ସଭାପତି ଗୋବିନ୍ଦ ସାହୁ ମୁଖ୍ୟ ଅତିଥି ଓ କଳାହାଣ୍ଡି ଜିଲ୍ଲା ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଗୋଲାମୁଣ୍ଡା ବ୍ଲକ୍ର ବିଆର୍ସି ଗରିବ ସୁନାନୀ, ଏବିଇଓ କୁମ ହରିଜନ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାରଙ୍ଗଧର ସାହୁ ଯୋଗ ଦେଇଥିଲେ । ସଭା ପରଚାଳନା କରିଥିଲେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନତ୍ କୁମାର ନାୟକ । ସଭାର ବ୍ୟବସ୍ଥାପକ ଭାବେ ମହାଲିଙ୍ଗ କ୍ଲଷ୍ଟରର ସିଆର୍ସିସି ସୁଦର୍ଶନ ପଟେଲ, ପୁରାତନ ଉାତ୍ର ରମେଶ କୁମାର ସାହୁ, ଜିତେନ୍ଦ୍ର ସାହୁ, ଦିଗାମ୍ବର ବାଗ, ଲିଙ୍ଗରାଜ ଭୋଇ, ରୋହିତ କୁମାର ଦାସ ପ୍ରମୁଖ ନେଇଥିଲେ । ସଭାଟି କୋଭିଡ଼୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମୋ ସ୍କୁଲର ଗୀତଟିକୁ ରେକଡର଼୍ ଯୋଗେ ବଜାଯାଇଥିଲା । ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି ଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ । କାର୍ଯ୍ୟକ୍ରମର ସଭାପତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ନାୟକ ସଭାର ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । ଭିଡ଼ିଓ ଜରିଆରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଓ ମୋ ସ୍କୁଲ ଅଭିଯାନର ଚିଫ୍ କୋ-ଅଡ଼ିନେଟର ଅମରଜିତ୍ ଜେନା ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରେପରେ ମୋ ସ୍କୁଲ ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ ମୋ ସ୍କୁଲ ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ ଭାବବିହ୍ୱଳ ହେବା ପରି ଉତ୍ସାହପ୍ରଦ ବକ୍ତବ୍ୟ ରଖିଥିଲେ । ଏହି ବକ୍ତବ୍ୟରେ ଉପସ୍ଥିତ ଆଲୁମିନିମାନେ ଆତ୍ମହରା ହୋଇ ନିଜ ପୁରୁଣା ଦିନ ସ୍ମୃତି ବଖାଣି ଚାଲିଥିଲେ । ମୋ ସ୍କୁଲ ଅଭିଯାନର ମହତ ଉଦେ୍ଧଶ୍ୟକୁ ହୃଦ୍ବୋଧ କରି ଆଲୁମିନି ସଂଘର ସଭାପତି ଗୋବିନ୍ଦ ସାହୁ ୫ଲକ୍ଷ ୫୫ ହଜାର ୫ ଶହ ୫୫ ଟଙ୍କା, ରଂଜିତ କୁମାର ସାହୁ ୨ ଲକ୍ଷ ୫୦ ହଜାର ଟଙ୍କା, ନିଧି ପଟେଲ ୨ ଲକ୍ଷ ଟଙ୍କା, ତରୁଣ ପଟେଲ ୧ଲକ୍ଷ ଟଙ୍କା, ରାକେଶ କୁମାର ଅଗ୍ରୱାଲ୍ ୧ ଲକ୍ଷ ଟଙ୍କା, ବଜରଙ୍କ ଅଗ୍ରୱାଲ୍ ୫୦ ହଜାର ଟଙ୍କାର ଚେକ୍ ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଥିଲେ । ଆଲୁମିନି ମାନଙ୍କ ଠାରୁ ସର୍ବମୋଟ ୧୨ ଲକ୍ଷ ୫୫ ହଜାର ୫ ଶହ ୫୫ ଟଙ୍କା ମିଳିଛି । ଏହି ଟଙ୍କା ବିଦ୍ୟାଳୟର ମୋ ସ୍କୁଲ ବ୍ୟାଙ୍କ ଏକାଉଣ୍ଟରେ ଜମା ହୋଇ ମୋ ସ୍କୁଲ ମ୍ୟାଚିଂ ଗ୍ରାଣ୍ଟ ବାବଦକୁ ୨୫ ଲକ୍ଷ ୧୧ ହଜାର ୧ଶହ ୧୦ ଟଙ୍କା ମିଳିବ । ମୋଟ ୩୭ ଲକ୍ଷ ୬୬ ହଜାର ୬ ଶହ ୬୫ ଟଙ୍କାରେ ଖେଳ ପଡ଼ିଆର ସମତଳ, ଖେଳ ପଡ଼ିଆ ବାଉଣ୍ଡରୀ ୱାଲ, ଖେଳପଡ଼ିଆର ଗେଟ୍ ଓ ଖେଳ ପଡ଼ିଆର ଭିତ୍ତି ଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ । ଏହା ସହ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାନୀୟ ଜଳର ସୁବନେ୍ଦାବସ୍ତ କରାଯିବ । ବଗିଚାକୁ ସୁନ୍ଦରଭାବରେ ପ୍ରସ୍ତୁତ କରାଯିବ ବୋଲି ଆଲୁମିନିମାନେ ସ୍ଥିର କରିଛନ୍ତି । ଆଲୁମିନି ସଂଘର ସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟଅତିଥି ଗୋବିନ୍ଦ ସାହୁ ତାଙ୍କ ବକ୍ତବ୍ୟରେ କହିଛନ୍ତି ଗତ ଡିସେମ୍ବର ୧୩ ତାରିଖରେ ଓଡ଼ିଶା ସରକାର ମାନବ୍ୟର ଗୃହମନ୍ତ୍ର କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ମୋ ସ୍କୁଲ ଯୋଜନା ବିଷୟରେ ଅବଗତ କରାଇଥିଲେ । ସେମାନେ ସରକାରଙ୍କ ଏହି ଜନହିତ କର ଯୋଜନା ବିଷୟରେ ଅବଗତ ହେବା ପରେ ମାତ୍ର ୫ ଦିନ ଭିତରେ ଏହି ଆୟୋଜନ କରିଛନ୍ତି । ବିଦ୍ୟାଳୟ ସମସ୍ତ ପ୍ରକାର ଭିତ୍ତି ଭୂମିର ବିକାଶ ତଥା ପୁନଃ ନିର୍ମାଣ ପାଇଁ ଆଲୁମିନି ସଂଘ ମୋ ସ୍କୁଲ ଜରିଆରେ ସମସ୍ତ କାର୍ଯ୍ୟ କରିବ । ସେ ସେଠାରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନୁରୋଧ କରି କହିଥିଲେ ଯେ ଆମେ ବିଦ୍ୟାଳୟର ପ୍ରଗତି ପାଇଁ କାମ କରିବୁ ,ଆପଣମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ଦିଗର ବିକାଶ ପାଇଁ କାମ କରନ୍ତୁ । ଫଳରେ ଦିନ ଆସିବ ଆମ ଅଂଚଳର ପିଲା ଗୁଣାତ୍ମକ ଶିକ୍ଷା ପାଇଁ ଅନ୍ୟ ଅଂଚଳକୁ ଯେମିତି ନ ଯାନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆର୍ସିସି ଯୋଗଦେଇଥିଲେ । ଆଲୁମିନି ସଂଘର ବଂଶୀଧର ହରିଜନ, ବେଗ୍ରାଜ ଅଗ୍ରୱାଲ୍, ରାମଦର୍ଶନ ଅଗ୍ରୱାଲ୍, ବଂଶୀଧର ସାହୁ, ସୁରେନ୍ଦ୍ର କୁମାର ସାହୁ, ରୋମାଂଚଳ ପଟେଲ,ଦେବେନ୍ଦ୍ର ଶତପଥୀ, ବିନୋଦ ଭୋଜ, ମେଘରାଜ ମାଝୀ, ଜହ୍ନସୂତା ସାବତ, ଜ୍ୟୋତ୍ସ୍ନାରାଣୀ ସାହୁ, ସୌଭାଗ୍ୟବତୀ ସାହୁ, ପୂର୍ଣ୍ଣଚନ୍ଦ୍ର ପୂଝାରୀ, ହେମନ୍ତ ପଣ୍ଡା, ଡ଼ମ୍ବରୁଧର ବାଗ, ମନୋହର ସା, ରାଜେନ୍ଦ୍ର ସୁନାନୀ, ବଲ୍ଲଭ ରାଉତ ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment