ଗ୍ରାମାଞ୍ଚଳର ଖେଳ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏସ.ପି.ଏକାଡେମୀ ଦ୍ଵାରା ଚମ୍ପୁଆରେ ହାଫ୍ ମାରାଥନ ଅନୁଷ୍ଠିତ

ଚମ୍ପୁଆ : ଗ୍ରାମାଞ୍ଚଳରେ କ୍ରୀଡା ଓ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ଲକ୍ଷ୍ୟ ରେ ଏସ.ପି ସ୍ପୋର୍ଟସ ଏକାଡେମୀ, କାଶିପାଳ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକ ହାଫ୍ ମାରାଥନ ଚମ୍ପୁଆ ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ସଭାପତି ସୁନାରାମ ପୂର୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ହାଫ୍ ମାରାଥନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଧାବକ ଧାବିକା ମାନେ ଯୋଗଦେଇଥିବା ବେଳେ ୫କିମି ଓ ୧୦ କିମି ଦୌଡ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ନେହେରୁ ଷ୍ଟାଡିୟମଠାରେ ୫.୩୦ ମିନିଟ ସମୟରେ ଏହି ମାରାଥନ ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ଶତାଧିକ ବାଳକ ବାଳିକା ଭାଗ ନେଇଥିଲେ । ୧୦କିମି ମାରାଥନ ପୁରୁଷ ଦୌଡରେ ଅର୍ଜୁନ ଟୁଡୁ ପ୍ରଥମ, ଲଖନ ସୋରେନ ଦ୍ୱିତୀୟ, ତାରକ ମାଣ୍ଡି ତୃତୀୟ ହୋଇଥିବା ବେଳେ, ମହିଳା ବିଭାଗରେ ସନ୍ଧ୍ୟା ମୁର୍ମୁ ପ୍ରଥମ, ଜାମୁରା ମୁଣ୍ଡା ଦ୍ୱିତୀୟ ଓ ସୁକାନ୍ତି ଦରେଇ ତୃତୀୟ ହୋଇଥିଲେ । ଅନ୍ୟ ପକ୍ଷରେ ପାଞ୍ଚ କିମି ଦୌଡରେ ପୁରୁଷ ବିଭାଗରେ ଲାଲୁ କୁଲଣ୍ଡିଆ ପ୍ରଥମ, ଲଷ୍ମଣ ପୁର୍ତି ଦ୍ୱତୀୟ, ଚିରଂଜିବ ପୂର୍ତି ଓ ମହିଳାରେ ନମସି ସମ୍ବାଡ ପ୍ରଥମ, ରାଜେସ୍ୱରୀ ସିଂ ଦ୍ୱିତୀୟ ଓ ଚୁମକି ମୁଣ୍ଡା ତୃତୀୟ ହୋଇଥିଲେ ।  ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ତ କୁମାର ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବେ ଚମ୍ପୁଆ ଥାନା ସବ ଇନିସ୍ପେକ୍ଟର ଶାନ୍ତୁନୁ କୁମାର ଜେନା, ବିଡିଓ ଜ୍ୟୋସ୍ନାରାଣୀ ନାଏକ, କାଉନସିଲର ଛତ୍ରପତି ନାଏକ, ମୋତିଲାଲ ସିଂ ଲାଗୁରୀ, ଇଂ ଡାକା ହୋତା, ରାମରାୟ ମୁଣ୍ଡେଇ, ରଘୁନାଥ କାଲେଣ୍ଡିଆ ଓ ଆବିଦ  ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରିଥିଲେ । 

Comments (0)
Add Comment