ଗ୍ରୀଷ୍ମ ପ୍ରବାହଠାରୁ ବଳିପଡୁଛି ଇଟାଭାଟିର ତାତି

ପୁରୀ : ନିମାପଡା ଅଂଚଳରେ ଜଳ ପାଇଁ ଆହାକାର ସୃଷ୍ଟି ହୋଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ଦାଉ ସାଧୁଥିବା ବେଳେ ଇଟାଭାଟି ନିଆଁରେ ଜନସାଧାରଣ ଅତିଷ୍ଠ ହୋଇପଡୁଛନ୍ତି । ବାରମ୍ବାର ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କ ନିକଟରେ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲେ ମଧ୍ୟ ଏଥିପ୍ରତି ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ ସରକାରଙ୍କର ପାଣିରେ ପଡୁଛି । ଅଧିକାରୀଙ୍କ ଖାମଖିଆଲି ନିତୀ ଯୋଗୁଁ ଜନଅସନ୍ତୋଷ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ତହସିଲ ଅଂଚଳରେ ବହୁ ଇଟାଭାଟି ଜଳୁଥିବା ଘଟଣାରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଖରାଦାଉକୁ ଇଟାଭାଟି ନିଆଁ ଓ ଧୂଆଁ ବାୟୁମଣ୍ଡଳକୁ ଦୁଷିତ କରିବାରେ ଲାଗିଛି । ନିମାପଡା ନିୟନ୍ତ୍ରିତ ବଜାର କମିଟି ନିକଟରେ କୋଡିଏରୁ ଉଦ୍ଧ୍ୱର୍ ଇଟାଭାଟି ଜଳୁଅଛି । ଅରିଷଣ୍ଢ ପଂଚାୟତରେ ଶତାଧିକ ଇଟାଭାଟି, ତୂଳସୀପୁର ପଂଚାୟତରେ ଦୁଇଶହରୁ ଉଦ୍ଧ୍ୱର୍ ଇଟାଭାଟି ଥିବା ବେଳେ ଭଇଁଚିଗୋରଡି ଠାରେ ଜଣେ ବ୍ୟକ୍ତି ୨୦ଟି ଇଟାଭାଟି ପୋଡି ନେମ୍ ପ୍ଲେଟ୍ ଲଗାଇ ବିକ୍ରି କରୁଛନ୍ତି । ରାଜସ୍ୱ ନିରୀକ୍ଷକ ଇଟା ଭାଟି ଚଳାଉଥିବା ବ୍ୟକ୍ତିର କରଗତ ହୋଇ ଆଖିବୁଜି ଦେଇଛନ୍ତି । ନିଜର ଫାଇଦା ହାସଲ ପାଇଁ ରାଜସ୍ୱ ନିରୀକ୍ଷକ ଆଇନକୁ ଉଲଂଘନ କରି ·ଲିଛନ୍ତି । ବିଷ୍ଣୁପୁର, ଭିଲିଗ୍ରାମ, ନିମାପଡା ବିଜ୍ଞାପିତ ଅଂଚଳ ପରିଷଦ ୧୫ଟି ରାଜସ୍ୱ ସର୍କଲ ଅଂଚଳରେ ଇଟାଭାଟି ପୋଡା ·ଲିଛି । ରାଜସ୍ୱ ନିରୀକ୍ଷକ କିମ୍ବା ତହସିଲଦାର କ୍ଷେତ୍ର ପରିଦର୍ଶନରେ ଯାଉନାହାନ୍ତି । ଇଟା ମାଫିଆମାନେ ସରକାରୀ ପ୍ଲଟରୁ ମାଟି େ·ରୀ କରି ଇଟାପକାଇ ବିକ୍ରି କରୁଛନ୍ତି । ଅରିଷଣ୍ଢ ପଂଚାୟତରେ ଜଣେ ବ୍ୟକ୍ତି ସରକାରୀ ପ୍ଲଟରେ ଗୃହ ନିର୍ମାଣ କରି ·ଲିଛି । ରାଜସ୍ୱ ନିରୀକ୍ଷକ କିମ୍ବା ତହସିଲଦାର ଏଥିପ୍ରତି କୌଣସି କାର୍ଯ୍ୟାନୁÂାନ ନ ନେବାରୁ ଏହା ବିରୁଦ୍ଧରେ ଉଚ୍ଚ ନ୍ୟାୟାଳରେ ମାମଲା କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Comments (0)
Add Comment