ରାୟଗଡ : ରାୟଗଡ ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରର ଏସପିଟି କଲୋନୀରେ ଜଣେ ମହିଳା ପାରିବାରିକ ଜଂଜାଳକୁ ସହ୍ୟ ନ କରି ପାରି ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିବା ବେଳେ ନିଜ ୪ବର୍ଷର ପୁଅକୁ ମଧ୍ୟ ପ୍ରଥମେ ଫାଶି ଦେଇ ଆତ୍ମହତ୍ୟା କରାଇଥିବା ପ୍ରାଥମିକ ତଦନ୍ତରୁ ଚାନ୍ଦିଲି ପୋଲିସ ଅନୁମାନ କରୁଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ପି.ଦିବ୍ୟା ଏବଂ ମୃତ ପୁଅର ନାମ ପି.ସାଇ ବୋଲି ଜଣାପଡିଛି । ଗୋଟିଏ ଘରୁ ମା ଓ ପୁଅର ଆତ୍ମହତ୍ୟା ଭଳି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଜେକେପୁର ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଘଟଣାସ୍ଥଳରେ ଚାନ୍ଦିଲି ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସଂଧ୍ୟା ହୋଇ ଯାଇଥିବାରୁ ଆସନ୍ତାକାଲି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବେଚ୍ଛଦ ପାଇଁ ପଠାଯିବା ପରେ ପରିବାରକୁ ହସାନ୍ତର କରାଯିବ ବୋଲି ଜଣାପଡିଛି । ସେହିପରି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ନିମନ୍ତେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ମୃତ ଦେହକୁ ଓହ୍ଳାଯାଇ ସାଇଂଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରାଯିବ ବୋଲି ଜଣାପଡିଛି ।ଘରୁ ମା ଓ ପୁଅର ଶବ ଉଦ୍ଧାରନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର