ଘର ତାଲା ଭାଙ୍ଗି ଭୋଦାରୁ ପୁଣି ଚୋରୀ

ବାଲିକୁଦା,୧୭,୬ (ନି.ପ୍ର.): ବାଲିକୁଦା ଥାନା ଅଧୀନ ଭୋଦା ଗ୍ରାମରୁ ଗତକାଲି ରାତିରେ ଅନୁରୂପ ବିଶ୍ୱଜିତ ସ୍ୱାଇଁଙ୍କ ଘରେ ଡକାୟତ ମାନେ ପସି ଅନେକ ଜିନିଷ ଚୋରୀ କରି ନେଇଥିବା ଜନା ପଡିଛି । ଅନୂରୂପ ବହାରେ ଚାକିରି କରୁଥିବାରୁ ସେ ତାଙ୍କ ପରିବାର ସହ ବାହାରେ ରୁହନ୍ତି । ଏହାର ସୁଯୋଗ ନେଇ ଗତକାଲି ରାତିରେ ଚୋର ମାନେ ତାଙ୍କ ଘର କୋଲାପ ଭାଙ୍ଗି ଭିତରେ ପସି ଘରେ ଥିବା ଲୁହା ଆଲମାରୀ ର ତାଲା ବାଙ୍ଗି ସୈଥିରେ ଥିବା ଜନିଷ ପତ୍ର ନେଇ ଫେରାର ହୋଇଯାଇଛନ୍ତି । ଅନୁରୂପ ଚୋରି ସମ୍ପର୍କରେ ଖବର ପାଇ ନିଜ ଶଳା ତ୍ରିଲୋକେଶ ମହାପାତ୍ରଙ୍କୁ ଜଣାଇଥିଲେ । ତ୍ରିଲୋକେଶ ଖବର ପାଇ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ସପ୍ତାହକ ମଧ୍ୟରେ ଉକ୍ତ ଅଂଚଳରେ ତିନିଟି ଚୋରୀ ଘଟଣା ନଜରକୁ ଆସିଛି । ଏହି ଗାଁରୁ ୨ ଜଣଙ୍କ ଘରୁ ଚୋରୀ ହୋଇଥିବା ବେଳେ ଭୋଦାରେ ହୋଇଥିବା ଟିଏମସିରୁ ମଧ୍ୟ କେହି ଦୂର୍ବୁତ୍ତ ଗତ ଦୁଇ ଦିନ ତଳେ ରାତିରେ ଟିଏମସିରେ ଲାଗିଥିବା ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ପାଇଁ ଉଦ୍ଧିଷ୍ଟ ଆକ୍ୱାଗାର୍ଡକୁ ଚୋରୀ କରି ନେଇଥିବା ଜଣା ଚୋରୀ ହୋଇଥିଲାା ଗତ ରବିବାର ଦିନ ଉକ୍ତ ଗାଁର ଜଗତସିଂହପୁର ଏସଭିଏମ କଲେଜ ପୂର୍ବତନ ଅମାଧ୍ୟପକ ରାଧାଶ୍ୟାମ ରଥଙ୍କ ଘର କେୟାର ଟେକରଙ୍କୁ ବାହାର ପଟୁ ତାଲା ଦେଇ ଚୋର ମାନେ ଘରର ତାଲା ଭାଙ୍ଗି ଘରେ ପସି ଲୁଟ ପାଟ କରିଥିଲୋ ଆଜି ମଧ୍ୟ ଏହି ଗାଁର ଅନୁରୂପ ବିଶ୍ୱଜିତ ସ୍ୱାଇଁଙ୍କ ଘରୁ ଡକାୟତି ହୋଇଛି ।

Comments (0)
Add Comment