ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମିଚିହ୍ନଟ

ଚମ୍ପୁଆ : ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମିଚିହ୍ନଟ କରାଯିବା ସହ ଖୁଟଂ ପୋତି ପରିସିମା ନିର୍ଦ୍ଧାରଣ କରାଯାଇଛି । ବହୁପ୍ରତିକ୍ଷିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୯ରୁ ପ୍ରସ୍ତାବିତ ହୋଇଥିଲେ ହେଁ ଏହାର କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା ଦେଖା ଯାଇଥିଲା । ବିଷେଷ ଭାବରେ ସ୍ତାନ ନିରୂପଣ ଓ ଜମିର କିଶମ ପରିବର୍ତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରମୁଖ ସମସ୍ୟା ହୋଇ ଠିଆ ହୋଇଥିଲା । ଏପରିକି ପ୍ରଥମିକ ପର୍ଯ୍ୟାୟରେ ଅସ୍ଥାୟୀ ଭାବରେ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଠାରେ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଜଙ୍ଗଲ କିଶମ ପଡିବାରୁ ପ୍ରଥମେ ୨.୦୫ ଏକର ଜମିର କିଶମ ପରିବର୍ତନ କରାଯାଇଥିଲେ ମଧ୍ୟ ସହରାଂଚଳ ପାଇଁ ୫ ଏକର ଜମିର ଆବଶ୍ୟକ ପଡିଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଦାବୀ ହୋହରାଇବାରୁ ରାଜସ୍ୱ ବିଭାଗ ପକ୍ଷରୁ ତତପରତା ପ୍ରକାଶ କରାଯାଇ ପୁଣି ଜମିକିଶମ ପରିବର୍ତନ ଆବଶ୍ୟକ ଜମି ଯୋଗାଇ ଦିଆଯାଇଥିଲା । ଆଜି ଏହି ସିମା ନିର୍ଦ୍ଧାରଣ ବେଳେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ.ଏନଏସି ଚେୟାରମ୍ୟାନ ଗିରିଜା ଶଙ୍କର ସାହୁ, ବିକାଶ ପରିଷଦ ସଭାପତି ଧନୁର୍ଯ୍ୟୟ ଲାଗୁରି,ସଂପାଦକ ଶାନ୍ତନୁ କୁମାର ଦାସ. ପୂର୍ବତନ ସଂପାଦକ ସତ୍ୟବାନ କର ଓ ଜିଲା କେ.ଭି ଅଧ୍ୟକ୍ଷ ଶୁଶାନ୍ତ ସେଠି ଏବଂ ଗଣମାଧମ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲା ପ୍ରଶାସନ ୧୦ ଦିନ ଭିତରେ ଜମିପଟ୍ଟା ଓ ଲିଜ ଏଗ୍ରିମେଟଂ ଯୋଗାଇ ଦେଲେ ଆସନ୍ତା ଅଗଷ୍ଟ ୧୫ ଭିତରେ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବବୋଲି ଜିଲା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶୁଶାନ୍ତ କୁମାର ସେଠି ପ୍ରକାଶ କରିଛନ୍ତି ।

Comments (0)
Add Comment