ଚମ୍ପୁଆରେ ବିଜେପିର ଗୃହ ସମ୍ପର୍କ ଅଭିଯାନ

ଚମ୍ପୁଆ: କେନ୍ଦ୍ର ସରକାରଙ୍କ ଦ୍ୱିତିୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ତୃଣମୁଳ ସ୍ତରର ପ୍ରତ୍ୟେକ ଘରେ ପହଞ୍ଚାଇବାର ଲକ୍ଷନେଇ ଆଜିଠାରୁ ଏଠାରେ ଆରମ୍ଭ ହୋଇଯାଇଛି ବିଜେପିର ଗୃହ ସମ୍ପର୍କ ଅଭିଯାନ । ମହାମାରୀ କରୋନା ମୁକାବିଲା ସହ ସୀମାନ୍ତରେ ଅବିଶ୍ୱାସୀ ଚୀନର ଯୁଦ୍ଧ ଦେହିଂ ଡାକରାକୁ ଉଚିତ ଜବାବ ଦେଇ ଜାତୀୟ ଓ ଆନ୍ତର୍ଯାତୀୟ ସ୍ତରରେ ଭାରତର ଛବିକୁ ମଜଭୁତ କରିଉନ୍ତି । ଜୀବନ, ଜୀବିକା ଓ ଅର୍ଥନୀତିକୁ ପୁନଃ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦୈବି ଦୁର୍ବିପାକର ମୁକାବିଲା ଓ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ମୋଦୀ ସରକାର ଓଡିସାକୁ ଭରପୁର ସାହାଯ୍ୟ ଯୋଗାଇ ଦେଇ ଆସୁଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ଓଡିଶା ଜନସାଧାରଣଙ୍କର ପ୍ରତି ସମ୍ପୁର୍ଣ୍ଣ ଆନ୍ତରିକତା ଓ ଆବେଗ ରହିଥିବାର ଅନେକ ଦୃଷ୍ଟାନ୍ତ ରହିଛି । ତାଙ୍କର ଏସବୁ ପ୍ରସଂଶନୀୟ ଓ ଜନହିତକର କାର୍ଯ୍ୟକ୍ରମ ଗୁଡିକୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ପହଞ୍ଚାଇବାର ଲକ୍ଷ ନେଇ ଆଜି ଚମ୍ପୁଆ ବିଜେପି ରାଜେଶ ଆଚାର୍ଯ୍ୟ, ସନ୍ତୋଷ ସାହୁ, କାର୍ତିକ ସାହୁ, ସଞ୍ଜୟ ଗିରି, ଏମଡି ମହତାବ ଆଲାମ, ବିଭୁତି ବଡପଣ୍ଡା, ଶାନ୍ତନୁ ଦାଶଙ୍କ ସମେତ ଅନେକ କର୍ମୀ ଏନ୍ଏସିର ବିଭିନ୍ନ ୱାର୍ଡର ଘରକୁ ଯାଇ ଲିଫ୍ଲେଟ ପୋଷ୍ଟର ଓ ମାସ୍କ ବାଂଟିବା ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଅଗାମୀ ଦିନରେ ବିଜେପିର ଜନସମ୍ବାଦ କାର୍ଯ୍ୟକ୍ରମରେ ଜୁମ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବହୁ ସଂଖ୍ୟାରେ ଯୋଗଦେବାକୁ ମଧ୍ୟ ଜନସାଧାରଣମାନଙ୍କୁ ନିବେଦନ କରାଯାଇଥିଲା ।

Comments (0)
Add Comment