ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅପ୍ରିଲ ପ୍ରଥମ ଦିନରେ ଗୋଲାମୁଣ୍ଡା ପୋଲିସ ଓ କେଗାଁ ପୋଲିସ ଦ୍ୱାରା ଯାନବାହାନ ଉପରେ କଢ଼ାକଢି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଦୁର୍ଘଟଣା ବଢୁଥିବା ଦେଖି ଓଡିଶା ସରକାରଙ୍କ ପରିବହନ ବିଭାଗ ଗାଡି ଚାଳକଙ୍କ ପ୍ରତି ନୂଆ ନିୟମ ଲାଗୁ କରିଛି । ଗାଡି ହେଲମେଟ ନ ଥିଲେ ପୋଲିସ ଚେକିଙ୍କ୍ ମାଧ୍ୟମରେ ଆଦାୟ ହେଉଛି ଜୋରିମାନା । ସାଧାରଣତଃ ହେଲମେଟ,ଡିଏଲ୍ ଚେକିଙ୍କ୍ ସହ ୧୮ ବର୍ଷ ରୁ କମ ବୟସ୍କ ଚାଲକଙ୍କ ବିରୁଦ୍ଧରେ କଡ଼ା କଡ଼ି ନିୟମ ଲାଗୁ କରିଥିବା ବେଳେ ମଦ ପିଇ ଗାଡି ଚଳାଇବା ଉପରେ ମଧ୍ୟ ଗୁରୁତର ଦିଆଯାଇଛି । ମଦ୍ୟପାନ କରି ଯାନବାହାନ ଚଲାଇବା ଦଣ୍ଡନୀୟ ଅପରାଧ । ଏ ନେଇ ଗୋଲାମୁଣ୍ଡା ଓ କେଗାଁ ପୋଲିସ କଢ଼ା କଢି ଚେକିଙ୍ଗ କରିଛି । ସମସ୍ତ କାଗଜପତ୍ର ନ ଥିଲେ ମୋଟା ଅଙ୍କର ଫାଇନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।