ଚାଷଜମିରେ ଫ୍ଲାଏଆସ୍ ଡମ୍ପିଂ କରୁଛି ଜେଆଇଟିପିଏଲ କମ୍ପାନୀ

କଣିହାଁ : କଣିହାଁ ବ୍ଲକ, ଆନ୍ଦୋଳନ ଜୋର ହେଉଛି । ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି କଣିହାଁ ବ୍ଲକ । ଯୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପାଣି ଓ ଚାଷଜମିରେ ପଶି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପାଉଁଶ ଧୂଆଁ ଉଡିବା ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି l କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା,ହେଲେ ଅଣନିଶ୍ୱାସୀ ହୋଇପଡୁଥିବା କଣିହାଁ ବ୍ଲକ କେବେ ପ୍ରଦୂଷଣମୁକ୍ତ ହେବ ସେ ବିଷୟରେ ପ୍ରଶାସନର ଆଲୋଚନା ନାହିଁ । ପ୍ରସଙ୍ଗ ହେଉଛି ଜେ ଆଇ ଟି ପି ଏଲ କଳକାରଖାନାରୁ ନିର୍ଗତ ପାଉଁଶ,ରାସ୍ତା କଡରେ, ଜଙ୍ଗଲ ମଧ୍ୟରେ,ଚାଷ ଜମିରେ,ପାଉଁଶ ପଡିବା ଫଳରେ ଠିକସେ ଚାଷ ହୋଇପାରୁ ନାହିଁ l ଜେଆଇଟିପିଏଲ କମ୍ପାନୀ ଉପକଣ୍ଠକୁ ଲାଗିରହିଥିବା ଗାଁ ଗୁଡିକ ଡେରଙ୍ଗ, ବୁଲୁ, ଘଣ୍ଟିଆନଳୀ, ମହଣିପାଳ,କଣିହାଁ, ଟାକୁଆ, ପ୍ରଦୂଷଣରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଯୁଆଡେ ଦେଖିବେ ଖାଲି ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପ୍ରଭାବରେ ଦହଗଞ୍ଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ମୌସୁମୀ ଋତୁରେ ବର୍ଷା ହେଲେ ଏହି ପାଉଁଶ ରାସ୍ତାଘାଟ,ନଦୀନାଳ ଓ ଚାଷଜମିରେ ପଶିବା ଫଳରେ ଲୋକେ ପ୍ରଭାବିତ ହେବା ସହ ଚାଷ ମଧ୍ୟ ପ୍ରଭାବିତ ହେଉଛି । ଅନ୍ୟ ସମୟରେ ପବନରେ ପାଉଁଶ ଉଡିବା ଫଳରେ ଚର୍ମରୋଗ, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହେଉଛି । ନିୟମର ଖୋଲାଖୋଲି ଉଲ୍ଲଙ୍ଘନ, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା, ଶିଳ୍ପନଗରୀ ଅନୁଗୋଳ ଜିଲ୍ଲା, କଣିହାଁ ବ୍ଲକରେ ଜେଆଇଟିପିଏଲରୁ ଗଦା ଗଦା ପାଉଁଶ ନିର୍ଗତ ହେଉଛି । ଆଉ କମ୍ପାନୀଗୁଡିକ ନିୟମ ମାନୁନାହାନ୍ତି । ଫ୍ଲାଏଆସ ପରିଚାଳନା ପାଇଁ ସ୍ୱତନ୍ତ୍ର ନିୟମ ରହିଛି । କିନ୍ତୁ ପ୍ରଶାସନର ଗଳାବାଟ ଦେଇ ଲୋ-ଲ୍ୟାଣ୍ଡ ଫିଲିଙ୍ଗ ନାଁରେ ଖୋଲାଖୋଲି ଗାଁ ଜନବସତି ପାଖରେ ଫ୍ଲାଏଆସ୍ ଡମ୍ପିଂ କରୁଛନ୍ତି କମ୍ପାନୀ । ଅନୁଗୋଳ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ସହ ପଦୂଷଣ ବି ବଢି ଚାଲିଛି । ପ୍ଲାଇଆସରେ ବିଷାକ୍ତ ଅକ୍ସାଇଡ ରହିଛି ଯାହା ମନୁଷ୍ୟ ଓ ଜୀବଜନ୍ତୁ ପାଇଁ ବିପଦ ଦିଗକୁ ଠେଲି ଦେଉଛି ।ବିଷାକ୍ତ ପାଉଁଶ ପାଣିରେ ମିଶିବା ଫଳରେ ଲୋକେ ରୋଗରେ ପଡୁଛନ୍ତି । ପଶୁପକ୍ଷୀ ମରୁଛନ୍ତି । ସେହିପରି ନିକଟରେ ଡେରଙ୍ଗ ଗ୍ରାମର ଦୁଷ୍ମନ୍ତ ବେହେରାଙ୍କ ଚାଷ ଜମି ଭିତରେ ପାଉଁଶ ଗଦାକରି ରାତ୍ର ସମୟରେ କମ୍ପାନୀ ଗାଡି ସେଠୁ ପଳାଇ ଯାଇଥିବା ଶ୍ରୀ ବେହେରା ମତପ୍ରକାଶ କରିଛନ୍ତି l କିଛି ମାତ୍ର ଟଙ୍କା ଦେଇ ଲୋକଙ୍କ ଚାଷ ଜମିରେ କମ୍ପାନୀ ପାଉଁଶ ପକାଇ ଚୁପ୍ କରିଦେବା ଫଳରେ ବର୍ଷାହେଲେ ସ୍ଥିତି ଆହୁରି ଭୟଙ୍କର ହୋଇପଡୁଛି । ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିବାଫଳରେ ଏକର ଏକର ଜମିରେ ଫସଲ ନଷ୍ଟ ହେଉଛି । ନିୟମ ଅନୁସାରେ, ସହରଠାରୁ ଦୂରରେ ଡମ୍ପିଂୟାର୍ଡ ହେବାକଥା । କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି । ଲୋକଙ୍କର ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିଛି ଲୋକ ଦେଖାଣିଆ ଅର୍ଥ ଦେଇ ପ୍ରଚାର ପ୍ରସାର କରୁଛି କମ୍ପାନୀ l ଫଳରେ ଜେଆଇଟିପିଏଲର ପାଉଁଶ ଓ ଆସପଣ୍ଡ ନିର୍ମାଣ ସ୍ଥାନୀୟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।

Comments (0)
Add Comment