ଚାଷ ଜମିରେ ପଡିରହିଛି ମୁଣ୍ଡ ନଥିବା ମୃତ ଦେହ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବଡଗଡ ଏକଲପୁର ଗାଁର ଚାଷ ଜମିରେ ମୁଣ୍ଡ ନଥିବା ମୃତ ଦେହ ପଡିରହିଛି । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣଙ୍କ ସୋରଡା ବୋରସିଂ ଗାଁର ନିଳାଂଚଳ ପ୍ରଧାନ ବୋଲି ଜଣାପଡିଛି । ମୃତଦେହର କିଛି ବାଟ ଦୂରରେ ତାଙ୍କ ମୁଣ୍ଡ ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ରାତିରେ ନିଳାଂଚଳ କେଉଁ ଆଡେ ଚାଲିଯାଇଥିଲେ । ତେବେ ସକାଳୁ ଗାଁର ୧୦ କିଲୋମିଟର ଦୂରରେ ତାଙ୍କର ମୃତଦେହ ମିଳିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

Comments (0)
Add Comment