ଚୋରା ବାଲି ଟ୍ରାକ୍ଟର ଜବତ : ଲକ୍ଷେ ୧୪ ହଜାର ଜୋରିମାନା ଆଦାୟ

ଚମ୍ପୁଆ: ଚମ୍ପୁଆ ତହସିଲ ପକ୍ଷରୁ ବିଭିନ୍ନ ସମୟରେ ବାଲି ଘାଟ ଉପରେ ବାରମ୍ବାର ଚଢ଼ାଉ ଜାରି ରହି ଥିବା ସତ୍ତେ୍ୱଅଭିନବ ଉପାୟରେ ବାଲି ମାଫିଆମାନେ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି ।ୠତକାଲି ଚମ୍ପୁଆ ତହସିଲ ଅନ୍ତର୍ଗତ କାଳିକାପ୍ରସାଦ ବସିରା ଗ୍ରାମ୍ୟ ରାସ୍ତାରେ ବାଲି ଚୋରା ଚାଲଣ ହେଉ ଥିବା ଖବର ପାଇବା ପରେ ତହସିଲ ପକ୍ଷରୁ ଭୋର ୪ଟା୩୦ମିନିଟ ସମୟରେ ଅତର୍କିତ ଚଢ଼ାଉ କରାଯାଇ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ତହସିଲଦାର ଅ୍ରାଲୋାକ କୁମାର ପଟେଲଙ୍କ ନିଦେ୍ର୍ଧଶକ୍ରମେ ଅତିରିକ୍ତ ତହସିଲଦାର ଲଳିତ କୁମାର ନାଏକ, ଦିନବନ୍ଧୁ ମହାନ୍ତ, ଦିପକ ପାତ୍ର ରବିନ ପ୍ରଧାନ ଓ ରାତ୍ରୀ ପେଟ୍ରୋଲିଂ ସାରି ଚମ୍ପୁଆ ପୁଲିସ ଫେରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇି ବିନା କାଗଜ ପତ୍ରର ବାଲି ଚୋରା ଚାଲାଣ କରୁଥବା ୪ଟି ଟ୍ରାକ୍ଟରକୁ ପିଛା କରିଥିଲେ । ବସିରା ଗାଁ ଭିତରେ ଉକ୍ତ ଟ୍ରାକ୍ଟର ଗୁଡିକୁ ଅଟକାଇ େସେମାନଙ୍କର କାଗଜପତ୍ର ଯାଞ କରିଥିଲେ । ଟ୍ରଞିଟ ପାସ ନଥାଇ ସେମାନେ ଚୋରରେ ବାଲି ଉଠାଇ ଅଧିକ ଲାଭ ଆଶାରେ ଯୋଡା ବଡବିଲ, ବିଲେଇପଦ. ଭଦ୍ରାସାହି, ପ୍ରଭୃୃତି ଖଣି ଅଞଳକୁ ଚାଲାଣ କରୁଥିବା ଜଣା ପଡି ଥିଲା । ଏସମସ୍ତ ୪ଟି ଟ୍ରକ୍ଟରକୁ ଜବତ କରାଯାଇ ଥାନାକୁ ହସ୍ତାନ୍ତର କରାଯାଇଛି । ଟ୍ରକ୍ଟର ପିଛା ୨୦ ହଜାର ଲେଖାଏଁ ଧାର୍ଯ୍ୟ କରାଯାଇ ତôବା ତହସିଲଦାର ଆଲୋକ ପଟେଲ ସୂଚନା ଦେଇଛନ୍ତି ।ସେହିପରି ଦିନ ବେଳା ଝାଡଖଣ୍ଡର ୨ଟି ଟ୍ରାକ୍ଟରରେ ବାଲି ବୋଝେଇ ହୋଇ ଯାଉ ଥିବା ବେଳେ ଉକ୍ତ ୨ଟି ଟ୍ରାକ୍ଟରରୁ ୩୪ ହଜାର ଟଙ୍କା ଜୋରିମାନା ଆଦାୟକରାଯାଇଛି

Comments (0)
Add Comment