ଛତିଶଗଡ଼ର ଦୁଇଗୋଟି ଜଂଗଲ ଗ୍ରାମକୁ ଖାଲି କଲା ବନ ବିଭାଗ

* ନକ୍ସଲ ଭୟ ଗୁଜବ 

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଛତିଶଗଡ଼ ସୀମାନ୍ତରେ ଥିବା ଅନ୍ତର୍ଗତ ସୋରନାମାଲ୍ ଓ ଇଚିରାଦି ଜଂଗଲ ଗ୍ରାମର ଲୋକଙ୍କ ଉପରେ ଆଜି ସେଠାକାର ବନ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି |ଗତ କିଛି ଦିନ ପୂର୍ବରୁ ଉକ୍ତ ଦୁଇଗୋଟି ଗ୍ରାମର ଗ୍ରାମବାସୀଙ୍କୁ ଜଂଗଲ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଆଜି ବନ ବିଭାଗର କର୍ମଚାରୀ ମାନେ ଜୋର୍ ଜବରଦସ୍ତ ସେଠାରୁ ତଡ଼ି ଦେଇଥିବା ଦେଖିବାକୁ ମିଳିଛି l ଅପରପକ୍ଷରେ ନକ୍ସଲମାନେ ଗ୍ରାମବାସୀଙ୍କୁ ତଡ଼ି ଦେଇଥିବା ଗୁଜବ ହେଉଥିବା ବେଳେ ଉଦନ୍ତୀ ବନ ବିଭାଗ ପକ୍ଷରୁ ନକ୍ସଲ ମାନଙ୍କ ହସ୍ତକ୍ଷେପ ଘଟଣାକୁ ଖଣ୍ଡନ କରାଯାଇଛି |ସୂଚନା ଅନୁଯାୟୀ ଆଜି ଗାରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ରହିଥିବା ସୋରନାମାଲ୍ ଓ ଇଚିରାଦି ଜଂଗଲ ଗ୍ରାମ ମଧ୍ୟରେ କିଛି ବର୍ଷ ଧରି ଲୋକେ ବସବାସ କରି ଆସୁଥିବା ବେଳେ ବନ ବିଭାଗ ପକ୍ଷରୁ ବାରମ୍ବାର ସେମାନଙ୍କୁ ଜଂଗଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଉଥିଲା l ଯେହେତୁ ବାରମ୍ବାର ନକ୍ସଲମାନଙ୍କ  ଚଳପ୍ରଚଳ ସେ ଅଂଚଳରେ ରହି ଆସୁଥିବା ବେଳେ ଗ୍ରାମବାସୀଙ୍କ ଅବସ୍ଥିତି ଯୋଗୁଁ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ | ଫଳରେ ପ୍ରଶାସନର ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି | ଏହି ଅବସରରେ ଆଜି ଉଦନ୍ତୀ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ଗୋଟି ଗ୍ରାମର ଲୋକଙ୍କୁ ସେଠାରୁ ଖାଲି କରାଯାଇଥିଲା l ଲୋକେ ନିଜ ନିଜ ଆସବାବ ଜିନିଷ ଧରି ଭିଟାମାଟିକୁ ଫେରିଥିବାବେଳେ କିଛି ଲୋକ ରହିବା ପାଇଁ ଆସ୍ଥାନ ଖୋଜିବା ଆରମ୍ଭ କରିଛନ୍ତି | ଉକ୍ତ ଦୁଇଗୋଟି ଗ୍ରାମର ଲୋକେ ଟ୍ରାକ୍ଟର ଓ ବାଇକ ଯୋଗେ ସମସ୍ତ ଜିନିଷପତ୍ର ବୋଝେଇ କରି ନେଉଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଖାଲି ହେବାକୁ ଆଉ କିଛି ଦିନ ଲାଗିପାରେ ବୋଲି ସୂଚନା ମିଳିଛି l ଅନ୍ୟପଟେ ବର୍ତ୍ତମାନ ଛତିଶଗଡ଼ରେ ମାଓବାଦୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଚାଲିଥିବାବେଳେ ଗ୍ରାମବାସୀଙ୍କୁ ମାଓବାଦୀ ମାନେ ତଡ଼ି ଦେବା ଘଟଣା ଗୁଜବ ହେଉଥିବା ଜଣାପଡିଛି | ଏହି ଗୁଜବକୁ ଉଦନ୍ତୀ ବନ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି |

Comments (0)
Add Comment