ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ

ଯାଜପୁର: ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଜଖପୁରା ଥାନାରେ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟୁତ ସଂଯୋଗ ନଥିବାର ଜିଲ୍ଲାପାଳ ଶ୍ରୀ ଦାସ ସ୍ଥାନୀୟ ଅଂଚଳ ପରିଦର୍ଶନ କରିବା ବେଳେ ଜାଣିବାକୁ ପାଇଥିଲେ । ଥାନାରେ ଦୀର୍ଘ ଦିନ ଧରି ବିଦ୍ୟୁତ ନ ରହିବା ଅତ୍ୟନ୍ତ ଉଦ୍ବେଗ ଓ ଦୁଃଖଦାୟକ ଘଟଣା ବୋଲି ମତ ଦେଇ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଥିଲେ । ବିଦ୍ୟୁତ ସଂଯୋଗ ପାଇଁ ଆବଶ୍ୟକୀୟ ଏଷ୍ଟିମେଟ ତୁରନ୍ତ ପ୍ରଦାନ ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କୁ ସୂଚନା ଦେଇଥିଲେ । ମଙ୍ଗଳବାର ଏ ସଂପର୍କରେ ପଦକ୍ଷେପ ନିଆଯାଇ ଡି.ଏମ.ଏଫରୁ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ବିଭାଗୀୟ କର୍ତୁପକ୍ଷଙ୍କୁ ନିର୍ଦେଶ ଦିଆଯାଇଚ୍ଥି ବୋଲି ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ଅବଗତ କରାଇଚ୍ଥନ୍ତି ।

Comments (0)
Add Comment