ଜଙ୍ଗଲ ଭିତରେ ମୁଣ୍ଡ ବିହୀନ ଶବ

  • ପୋଲିସର‌ ତନାଘନା ଜାରି

କାଲିମେଳା: ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ଗ୍ରାମ ପଂଚାୟତ ଅଧୀନ ଟଗରକୋଟା ଗାଁ ର କାନା ମିଚଙ୍କ ୧୮ବର୍ଷ ବୟସର ପୁଅ ବୋଜି ମିଚ ନୂଆ ବର୍ଷ ଦିନ ଅପରାହ୍ଣ ୪ ଟା ବେଳେ ଗ୍ରାମର ଇର୍ମା, ମହେଶ, ଶ୍ରୀରାମ ସାଙ୍ଗ ମାନଙ୍କ ସାଥିରେ ଘରୁ ବାହାରି ଆସିଥିଲା, କିନ୍ତୁ ଘରକୁ ଫେରିବା ବେଳେ ସେମାନେ ତିନି ଜଣ ହିଁ ଘରକୁ ଫେରିଥିଲେ। ବୋଜି ଫେରି ନ ଥିଲା । ଯାହା ଫଳରେ ବାପା କାନା ମିଚ ପୁଅର ନିଖୋଜ ଘଟଣାକୁ କେନ୍ଦ୍ର କରି ସାନପୁଅ ମୁତ୍ତା ମିଚକୁ ନେଇ ଗତକାଲି ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମୋଟୁ ପୋଲିସ ଟିମ ଓ ଜିଲ୍ଲା ହେଡକ୍ୱାଟର୍ସରୁ SDPO ସଚିନ କୁମାର ପଟେଲ ଗାଁ ରେ ଯାଇ ପୋଚରାଉଚୁରା କରିବା ପରେ ଜଙ୍ଗଲ ଭିତରେ ଶବ ଥିବା ନେଇ ଜାଣି ପାରିଥିଲେ। ପୋଲିସ ଶବକୁ ୩୨୬ ଜାତୀୟ ରାଜପଥ ପାର୍ଶ୍ୱର ଇପାଗୁଡା ଜଙ୍ଗଲରେ ଠାବ କରିଛି ସତ, କିନ୍ତୁ ଶବ ଶରୀରରେ ମୁଣ୍ଡ ନାହିଁ। ମୁଣ୍ଡ ବିହୀନ ଶବ ଉଦ୍ଧାର ହୋଇଛି ଓ ମୁଣ୍ଡ ଜାଗାରେ ଗୋଟଏ ବଡ ପଥର ରଖାହୋଇଛି,ବିନା ମୁହଁ ଓ ମୁଣ୍ଡ ବିହୀନ ଶରୀର ବ୍ୟକ୍ତି ପିନ୍ଧିଥିବା ପୋଷାକ ଓ ହାତରେ ପିନ୍ଧିଥିବା ତମ୍ବାର ବ୍ରେସଲେଟ ଇତ୍ୟାଦିକୁ ଦେଖି, ତାଙ୍କ ପୁଅର ଶରୀର ବୋଲି ପ୍ରାଥମିକ ସ୍ତରରେ ଚି଼ହ୍ନଟ ହୋଇଛି। ଯେହେତୁ ଉଦ୍ଧାର ହୋଇଥିବା ଶବର ଶରୀରର ମୁହଁ ନାହିଁ, ସମ୍ପୂର୍ଣ ଚେହେରା ନଷ୍ଟ ହୋଇଛି ଓ ମୁହଁ ମୁଣ୍ଡ ଜାଗାରେ ବଡ ପଥର ରଖା ହୋଇଛି ,ଯାହାକୁ ନେଇ ଶବ କାହାର ବୋଲି ସନ୍ଦେହ ରହିଛି । ତଥାପି ବାପାର DNA ଟେଷ୍ଟ ଓ ଉଦ୍ଧାର ହୋଇଥିବା ଶବ ଶରୀରର DNA ଟେଷ୍ଟ କରାଗଲେ ମୃତ ବ୍ୟକ୍ତି ହିଁ ତାଙ୍କର ବୋଲି ଚି଼ହ୍ନଟ ହୋଇଯିବ ବୋଲି SDPO ସଚିନ କୁମାର ପଟେଲ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସାଇଣ୍ଟିଫିକ ଦଳ କୋରାପୁଟରୁ ଆସିଲା ପରେ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯିବ ବୋଲି SDPO ସୂଚନା ଦେଇଛନ୍ତି। ଶବ ବ୍ୟବଛେଦ ପରେ ପରିବାର ବର୍ଗ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।ଅନ୍ୟପଟେ ମୃତ ବୋଜି ମିଚ କୁ ଘରୁ ନୂଆ ବର୍ଷ ଦିନ ସାଥିରେ ଡାକି ଆଣିଥିବା ତିନି ସାଙ୍ଗ ମାନେ ମଧ୍ୟ ବର୍ତ୍ତମାନ ଗାଁରେ ଦୁଇ ଦିନ ହେବ ନିଖୋଜ ଅଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳେଇଛି।

Comments (0)
Add Comment