ଜନ ସୁରକ୍ଷା ଗଜ ସୁରକ୍ଷା ତାଲିମ ଶିବିର

ଚମ୍ପୁଆ : ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳ ଵାୟୁ ପରିବର୍ତ୍ତନ ଵିଭାଗଙ୍କ ନିର୍ଦ୍ଦେଶକ୍ରମେ ଆଜି ଚମ୍ପୁଆ ବନ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହାତୀ ସୁରକ୍ଷା ଓ ଜୀବନ ଜୀବିକା ବିକାଶ ସମ୍ପର୍କିତ ଏକ ତାଲିମ ଶିବିର ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ବନାଞ୍ଚଳ ଅଧିକାରୀ ତଥା ACF ଅକ୍ଷୟ କୁମାର ଛତ୍ରିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ନିକ୍ଲୋସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲର ନିର୍ଦ୍ଦେଶକ ସତ୍ୟବ୍ରତ ମହାନ୍ତି, ମାନବ ସମ୍ବଳ  ଅଧିକାରୀ ଅରବିନ୍ଦ ମାଝି, ଚମ୍ପୁଆ ବନପାଳ କାଳନ୍ଦି ସାମଲ, ଉଖୁଣ୍ଡା ବନପାଳ ପ୍ରମୋଦ ବେହେରା, ବାଲିବନ୍ଧ ବନପାଳ ବୁଲୁ ନାହାକ, ବିଲେଇପଦା ବନପାଳ ମହିନୀ ମହାନ୍ତ ପ୍ରମୁଖ ମଞ୍ଚାସିନ ହୋଇ ହାତୀ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥଲେ ହାତୀ ଓ ମଣିଷର ଲଢେଇକୁ କିପରି ହ୍ରାସ କରାଯାଇ ପାରିବ, ଲୋକଙ୍କ ଜୀବନ ଜୀବିକାକୁ କିପରି ସୁରକ୍ଷା କରାଯିବ, ଜୀବଜନ୍ତୁଙ୍କ ସମ୍ମୁଖକୁ ନ ଯିବା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ହାତୀଙ୍କ ଉପସ୍ଥିତି ବିଷୟରେ ଲୋକ ଓ ବନ ବିଭାଗକୁ ଅବଗତ କରାଇବା ଆଦି ବିଷୟରେ ଆଲୋକପାତ କରାଯାଇଥିଲା । ପୃଥିବୀରେ ଆମର ଯେପରି ବଞ୍ଚିବାର ଅଧିକାର ରହିଛି ସେହିପରି ଜୀବଜନ୍ତୁ ଓ ପଶୁପକ୍ଷୀ ମାନଙ୍କର ମଧ୍ୟ ଅଧିକାର ରହିଛି । କିନ୍ତୁ ପ୍ରଗତିର ଦ୍ୱାହି ଦେଇ ମଣିଷ ସମାଜ ଜଙ୍ଗଲ ପରିବେଶକୁ ଯେପରି କ୍ଷିନଭିନ କରି ପ୍ରକୃତି ମାଆକୁ ଲହୁଲୁହାଣ କରି ଚାଲିଛି,ତାର କୁପରିଣାମ ଆମେ ଆଜି ଅଙ୍ଗେ ଲିଭାଇବାକୁ ବାଧ୍ୟ ହେଉଛେ । ଜଙ୍ଗଲକୁ ଧ୍ଵଂସ କରି ଜଙ୍ଗଲି ଜୀବମାନଙ୍କ ଖାଦ୍ୟ ଓ ବାସସ୍ଥାନ ମଣିଷ ସମାଜ ନଷ୍ଟ କରୁଛି । ଫଳରେ ସେମାନେ ଜନବସତି ମୁହାଁ ହୋଇ ଆମକୁ ଅସୁବିଧାରେ ପକାଉଛନ୍ତି । ପରିବେଶ ଅସୁନ୍ତଳନ ପାଇଁ ସମସ୍ତ ଜୀବଜଗତର ଆଜି ବିପଦପୂର୍ଣ୍ଣ ଓ ଅସହାୟ ଅବସ୍ଥାରେ । ତେଣୁ ଜଙ୍ଗଲ, ବନ୍ୟପ୍ରାଣୀ ସୁରକ୍ଷା,ହାତୀ ସୁରକ୍ଷା ମାଧ୍ୟମରେ ଜୀବନ ଜୀବିକା ସହ  କିପରି ସ୍ବାବଲମ୍ବୀ ହୋଇପାରିବା ସେନେଇ  ଅତିଥି ମାନେ ବୁଝାଇଥିଲେ । ଜଙ୍ଗଲ ଯୋଜନାର ଟିମ୍ ଲିଡର ଉଦୟ ନାଥ ହୋ ମଞ୍ଚ ପରିଚାଳନା କରିଥଲେ । 

Comments (0)
Add Comment