ଜମିକୁ ନଦୀରୁ ପାଣି ଯୋଗାଇଲା ଜଳସମ୍ପଦ ବିଭାଗ

ବାଲିକୁଦା: ମୌସୁମୀ ଉଭାନ ହୋଇଥଯାଇଥିବା ବେଳେ ବର୍ଷାଭାଭରୁ ଆଗେଇ ପାରୁଜନି ଚାଷ କାର୍ଯ୍ୟ । ସେପଟେ ଅଗଷ୍ଟ ମାସ ଆରମ୍ଭ ହୋଇଥିଲେ ସୁଦ୍ଧା ତଳି ମଧ୍ୟ ପକାଇ ପାରି ନାହାନ୍ତି ଚାଷି । ସେପଟେ କେନାଲରେ ମଧ୍ୟ ପାଣି ପହଞ୍ଚି ନାହିଁ । ଏଭଳି ପରିସ୍ଥିତିରେ ବାଲିକୁଦା ଜଳ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ ଗାଁର ଚାଷୀ, କୃଷକ ସଂଗଠନ, ଆଦି ଆନ୍ଦୋଳନ କରିବାକୁ ଧମକ ଦେଇଥିବା ବେଳେ ବିଲରେ ପାଣି ମଡେଇବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛି ଜଳ ସମ୍ପଦ ବିଭାଗ ବାଲିକୁଦା କାର୍ଯ୍ୟାଳୟ । ନିକଟସଦ୍ଥ ଅଳକା ନଦୀରୁ ପମ୍ପ ଯେ୍ାଗେ ପାଣି ଯେ୍ାଗାଇ ତାକୁ କେନାଲରେ ଚାଡି ତାହାକୁ ଧାନ ବିଲକୁ ମଡାଇବାକୁ ଚେଷ୍ଟା କରିଛି ବିଭାଗ । ବାଲିକୁଦା ଅଂଚଳର ମୁଖ୍ୟ କେନାଲ ସମେତ ଶାଖା କେନାଲ ସବୁ ଶୁଖିଲା ପଡିଛି । ଏଭଳି ପରିସ୍ଥିତିକୁ ମୁକାବିଲା କରିବାକୁ ଯାଇ ବାଲିକୁଦା ଜଳ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଅଳକା ନଦୀରୁ ଡିଜେଲ ମଟର ସାହାଯ୍ୟରେ ପାଣି ଉଠାଇ ତାହାକୁ କେନାଲରେ ଛାଡି ଚାଷୀଙ୍କ ଚାଷ ବିଲରେ ପହଞ୍ଚାଇବା ଭଳି ଏକ ଅଭିବନବ ଉପାୟକୁ ଆପଣେଇଛି ବିଭାଗ । ଅଳକା ନଦୀରେ ଏକ ୧୦ ଏଚପି ଡିଜେଲ ଚାଳିତ ପାଣି ମଟର ଲଗାଇ ନଦୀରୁ ପାଣି ଉଠାଣ କରାଯାଉଛି । ଏହା ଗତକାଲି ରାତିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଦ୍ୱାରା ଅଂଚଳର ଶତାଧିକ ଚାଷୀ ଉପକୃତ ହେବା ସହିତ ହଜାର ହଜାର ଏକର ଚାଷ ଜମିକୁ ପାଣି ଯୋଗା ଯିବାକୁ ଲକ୍ଷ୍ୟ ରଖିଛି ବିଭାଗ । ତେବେ କୃଷକ ନେତା ମାନଙ୍କ ସହଯୋଗ କ୍ରମେ ଏହି ପ୍ରୟାସ ଆରମ୍ଭ କରାଯାଇଛି । କେନାଲରେ ପାଣି ଆସିବା ପର୍ଯ୍ୟନ୍ତ ଅଥବା ବର୍ଷା ହୋଇ ପାଣିର ନିଅଂଟ ଅବସ୍ଥା ସୁଧୁରିବା ପର୍ଯ୍ୟନ୍ତ ଏହି ମଟର ଜରିଆରେ ଚାଷ ବିଲକୁ ପାଣି ଯୋଗାଣର ବ୍ୟବସ୍ଥା କରାଯାଇ ପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ଦ୍ୱାରା ବୋରିକିନା, ଦୂଆ, ଓଳାଷ, ଖଣ୍ଡପସା, ଦରଡା, ତିତିରା, ବଡରୋଡଙ୍ଗ ଆଦି ଅଂଚଳର ଚାଷୀ ବିଶେଷ ଭାବେ ଉପକୃତ ହୋଇ ପାରିବେ ।

Comments (0)
Add Comment