ଜାହାନିଆଁ ଉପକୂଳରେ ଅମ୍ଫାନକୁ ନେଇ ସୂଚନା ଦେଲା ରାଡାର

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧିନ ଜାହାନିଆଁ ଉପକୂଳରେ ଲାଗିଥିବା ୭ଟି ଜାଗାରେ ର୍ୟାଡର ସମ୍ଭାବ୍ୟ ବାତ୍ୟା ଆମ୍ଫନ ନେଇ ବାରମ୍ବାର ସୂଚନା ପ୍ରଦାନ କରୁଅଛି । ଯାହା ଫଳରେ କି, ଉପକୂଳବର୍ତୀ ୭ଟି ଗ୍ରାମ ପଂଚାୟତର ଜନସାଧାରଣ ଭୟଭୀତ ହେବା ସହ ସ୍ଥାନୀୟ ପ୍ରଶାସନ ସମ୍ଭାବ୍ୟ ବତ୍ୟା ଅମ୍ପନକୁ କିପରି ମୁକାବିଲା କରାଯିବ ସେଥିନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି ।ଏଠାରେ ପ୍ରକାଶ ଯୋଗ୍ୟ ଯେ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶ କ୍ରମେ ଜାହାନିଆଁ ଉପକୂଳର ୭ଟି ପଂଚାୟତର ୬୫ ଟି ବିଦ୍ୟାଳୟକୁ ସମ୍ଭାବ୍ୟ ବାତ୍ୟାର କ୍ଷତିଗ୍ରସ୍ଥ ହେବାକୁ ଥିବା ଜନତାମାନଙ୍କୁ ରଖିବା ଲାଗି ୧୩୦ଜଣ ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ରିଲିଫ୍ ପହଁଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଅଛି । ଅତି ସମ୍ବେଦନଶୀଳ ଥିବା ତଣ୍ଡାହାର, କେଉଟଜଙ୍ଗା, ଉଦୟକଣୀ, ସହନ, ବନ୍ଦାରୀ, କରାଳ, ପୁଇଁଚାନ୍ଦିଆ ଆଦି ସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କୁ ଆର୍ଲଟ କରାଯାଇ ସମ୍ଭାବ୍ୟ ବାତ୍ୟା ଆମ୍ପନ ଦ୍ୱାରା କ୍ଷତିଗ୍ରସ୍ଥ ହେବାକୁ ଥିବା ଲୋକମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯିବା ସହ ଶୁଖିଲା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଅଛି । ବୁଢ଼ା,ବୁଢ଼ୀ, ଗର୍ଭବତୀ ମା’, ଛୋଟପିଲା, କଚ୍ଚା ଘରେ ବସବାସ କରୁଥିବା ଲୋକମାନଙ୍କୁ ସର୍ତକ କରାଯିବା ସହ ସେମାନଙ୍କ ଉପରେ ତିଖ୍ନ ଦୃଷ୍ଟି ରଖିବା ପାଇଁ ଅଙ୍ଗନୱାର୍ଡି, ଆଶାକର୍ମୀମାନଙ୍କୁ ନିୟୋଜିତ କରାଯାଇଅଛି । ଏ ସମ୍ବଦ୍ଧରେ ରବିବାର ଦିନ ଏକ ସମିକ୍ଷା ବୈଠକ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିବା ବେଳେ ଏଥିରେ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ, ବିଡିଓ ବେବିତା ମଞ୍ଜରୀ ନାୟକ, ମହିଳା ଓ ଶିଶୁ ବିକାଶ ଅଧିକାରୀଣି ଅରୁଣିମା କର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ସର୍ମ୍ପକୀୟ ଆଲୋଚନା ପର୍ଯ୍ୟାଲୋଚନା କରିବା ସହ ପାନୀୟଜଳ, ବିଦ୍ୟୁତ୍, ଯୋଗଯୋଗ କିପରି ସୂଚାର ରୂପେ କାର୍ଯ୍ୟକ୍ଷମ ହେବ ସେ ବିଷୟରେ ଆଲୋଚନା ହେଇଥିବାବେଳେ ତହସିଲଦାର ଶ୍ରୀମତୀ ନାୟକ ଜାହାନିଆଁ ଉପକୂଳର ସମ୍ବେଦନଶୀଳ ଜାଗା ଯେ,କି ସମୁଦ୍ର ତଟରେ ଅବସ୍ଥିତ ଛେନୁ, ତଣ୍ଡାହାର, ସହନ,ଉଦୟକଣୀ ଆଦି ପରଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ଓ ବାତ୍ୟା ନେଇ ଉପକୂଳବାସୀ ଭୟଭୀତ ନହେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Comments (0)
Add Comment