ଜିନ୍ଦଲ ନଗରରେ ଦେବଭୂମିରେ ଶିବ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ

ଯୋଡା : କେନ୍ଦୁଝର ଜିଲ୍ଲା ଦେଓଝର ସ୍ଥିତ ଜିନ୍ଦଲ  ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ କମ୍ପାନୀ ଦ୍ବାରା ଦେବଭୂମୀ ନାମରେ ନାମିତ ଥିବା ଜିନ୍ଦଲ ନଗରରେ ଦେବାଧୀ ଦେବ ମହାଦେବଙ୍କ ଏକ  ପବିତ୍ର ଶିବମନ୍ଦିର ନିର୍ମାଣର୍ଥେ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ କମ୍ପାନୀ ମୂଖ୍ୟ ନବୀନ ଜିନ୍ଦଲ ଓ ଶ୍ରୀମତୀ ସାଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିବା ସହିତ ଉପସ୍ଥିତ ଶୈବ ଭକ୍ତ ତଥା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଭୂମିପୂଜନ କାର୍ଯ୍ୟକ୍ରମ ଅବସରରେ କହିଥିଲେ ମନ୍ଦିର ପ୍ରତିଷ୍ଠା ଦ୍ୱାରା ସନାତନ ଧର୍ମର ପ୍ରଚାର ପ୍ରସାର ହୋଇପାରିବ । ଲୋକମାନଙ୍କ ମଧ୍ୟରେ ଧର୍ମପ୍ରେମ ଜାଗ୍ରତ ହୋଇପାରିବ । ଏ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଏ ମନ୍ଦିର ପ୍ରତିଷ୍ଠା କରିବାର ଉଦେ୍ଦଶ୍ୟ । ସମସ୍ତେ ଏଠାରେ ପୂଜା କରିବା ସହିତ ମାନସିକ ଶାନ୍ତି ପାଇପାରିବେ । ତାହା ସହିତ ଭଗବାନ ସମସ୍ତଙ୍କୁ ସୁଖ,ସମୃଦ୍ଧି ଓ ଆଶୀର୍ବାଦ କରନ୍ତୁ ବୋଲି ଶ୍ରିମତୀ ସାଲୁ ଜିନ୍ଦଲ କାମନା କରିଥିଲେ । ଏହି ମନ୍ଦିରକୁ ଦେବାଳୟ ନାମରେ ଘୋଷଣା କରିଥିବା ବେଳେ  ଶୈବ ପରିବାରର ମାତା ପାର୍ବତୀ, ପୁତ୍ର କାର୍ତ୍ତିକେୟ ଓ ବିଘ୍ନ ବିନାଶକ ଶ୍ରୀ ଗଣେଶ ସମେତ ନନ୍ଦୀ ଦେବଙ୍କ ମୂର୍ତ୍ତୀ ପୂଜା ପାଇବେ । ଦେବାଳୟର ଉଚ୍ଚତା ୬୦ଫୁଟ ଓ ମୁଖଶାଳା ୪୪ ଫୁଟ ବିଶିଷ୍ଟ ରହିଥିବା ବେଳେ ଆସନ୍ତା ଶିବରାତ୍ରରେ ନିର୍ମାଣ କାର୍ୟ୍ୟ ପରି ସମାପ୍ତି ଘଟି ଉଦବୋଧନ କରାଯିବ ବୋଲି ଶ୍ରୀମତୀ ସାଲୁ ଜିନ୍ଦଲ  ଭିଡିଓ କନଫରେନସି  ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି ମନ୍ଦିର ଉଦବୋଧନ ଅନ୍ତେ ଜିନ୍ଦଲ ନଗରର ବାସିନ୍ଦା ସମେତ ଦେଓଝର ତଥା ଆଖପାଖ ଅଞ୍ଚଳର ଶୈବ ପ୍ରେମୀ ଭକ୍ତ ଓ ଅନୁରାଗୀ  ପୂଜା ପାଠ କରି ନିଜକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରିପାରିବେ । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା,ଜେଏସପି ମେନେଜିଙ୍ଗ ଡାଇରେକ୍ଟର ବିମଲେନ୍ଦ୍ର ଝା,ଏକଜୁ୍ୟକୁଟିଭ ଡାଇରେକ୍ଟର ଦାମୋଦର ମିତଲ,ସ୍ଲରୀ ପାଇପଲାଇନ ଓ ରୋ ମେଟେରିଆଲ ମୁଖ୍ୟ ଆଶିଷ ପାଣ୍ଡେ,କାଶିଆ ମାଇନ୍ସ ମୁଖ୍ୟ ପ୍ରମୋଦ କୁମାର ପାତ୍ର,ଟେନସା ମାଇନ୍ସ ମୁଖ୍ୟ କମଳାକାନ୍ତ ନନ୍ଦଙ୍କ ସହ ସିଏସଆର ଗ୍ରୁପ ହେଡ ତଥା କର୍ପୋରେଟ କମୁ୍ୟନିକେସନ ମୁଖ୍ୟ ପ୍ରଶାନ୍ତ କୁମାର ହୋତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କମ୍ପାନୀର ବିଶିଷ୍ଟ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିବା ବେଳେ ଦେଓଝର ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟା ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଧର୍ମପ୍ରାଣ ବ୍ୟକ୍ତି ତଥା ଜନସାଧାରଣ ଉପସ୍ଥିତ ଥିବା ଦେଖାଯାଇଥିଲା ।

Comments (0)
Add Comment