ବ୍ରହ୍ମପୁର,୧୪ ।୦୬(ନି.ପ୍ର.): ଗଞ୍ଜାମ- କରୋନା ମହାମାରୀକୁ ନେଇ ସରକାର ତାଲା ବନ୍ଦ ଘୋଷଣା କରିଥିଲେ । ଏହି ତାଲା ବନ୍ଦ ଦ୍ୱାରା ସବୁ ବ୍ୟବସାୟ ଯେପରି ଠପ୍ ହୋଇଯାଇଥିଲା । ଏହି ନିୟମକୁ ମାନି ଜିମଗୁଡିକ ମଧ୍ୟ ୩ ମାସ କାଳ ବନ୍ଦ ରଖିଥିଲେ । ହେଲେ ଏବେ ଦେଖିବା କଥା ରାଜ୍ୟ ସରକାର ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଜିମକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି କିନ୍ତୁ ହୋଟେଲ, ମଲକୁ ଅନୁମତି ଦେଇଛନ୍ତି । କିନ୍ତୁ ଜିମକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏହି ପାତରଅନ୍ତର ନୀତି ଯୋଗୁଁ ଜିମ କେନ୍ଦ୍ରର ମାଲିକମାନେ ଘୋର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଜିମ ଓନରସ ଏସୋସିଏସନ (ଗଞ୍ଜାମ ଜିଲ୍ଲା ଜିମ ମାଲିକ ସଂଘ) ତରଫରୁ ଶୁକ୍ରବାର ପୂର୍ବାହ୍ନ ସମୟରେ ଗାନ୍ଧିନଗର ଛକଠାରେ ଶାନ୍ତି ପୁର୍ବକ ଆନ୍ଦୋଳନ କରାଯିବା ସହ ସରକାରଙ୍କ ପାଖରେ ଜିମ ମାଲିକମାନେ ଆମକୁ ଅନୁକମ୍ପାମୂଳକ ସହାୟତା କରିବା ପାଇଁ ନିବେଦନ କରିଥିଲେ । ଅନ୍ୟ ସଂସ୍ଥାକୁ ଜଦି ସରକାର ସହାୟତା ଦେଉଛନ୍ତି ଆମକୁ କାହିଁକି ଦେବେନାହିଁ । ଆମେ ଛୋଟ ଛୋଟ ସଂସ୍ଥା କରିଛୁ ଏଥିରୁ ଆମେ ନିଜେ ଚଳିବା ସହ କର୍ମଚାରୀଙ୍କୁ ରୋଜଗାର ମଧ୍ୟ ଦେଉଛୁ । ଏବେ ସମସ୍ତ ଜୀବନ ଜୀବିକା ସଂକଟରେ ତାଙ୍କପାଇଁ ସାଧାରଣ କ’ଣ ସୁବିଧା କରିଛନ୍ତି ?