ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର, ୩୦୩ ମାମଲାର ଶୁଣାଣୀ

ଚମ୍ପୁଆ : ଚମ୍ପୁଆ ବ୍ଲକ ସଭାଗୃହଠାରେ ଆଜି ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୩୦୩ଟି ମାମଲାର ଅଭିଯୋଗ ଶୁଣି ତତକାଳ ସେହି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିଥିଲେ ।ଅନ୍ୟ ବିଶେଷ କରି ଭତ୍ତା,ଆବାସ ଯୋଜନା ପିଡିଏସ ଭଳି ସମସ୍ୟା ସହ ଏହି ଅଭିଯୋଗ ଶୁଣାଣୀ ଶିବିରରେ  ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଅଭାବ ଜନିତ ସମସ୍ୟା, ପରିତ୍ୟକ୍ତ ଗୋଦାମ ଘରକୁ ଉପଖଣ୍ଡ ଚିକିତ୍ସାଳୟକୁ ହସ୍ତାନ୍ତର କରି ମୋ ଡାକ୍ତରଖାନା ଯୋଜନାରେ ଫିଜିଓଥେରାପି ସେଣ୍ଟର ଖୋଲିବା ପାଇଁ ଆସିଥିବା ଉପକରଣକୁ ସେଠାରେ ଥଇଥାନ କରିବା,ବ୍ଲକର ସହକାରୀ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଆଦି ଅଭିଯୋଗ ପଡ଼ିଥିବା ବେଳେ,ଏହି ଅଭିଯୋଗ ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ବ୍ୟତୀତ ପିଡି ଡିଆରଡିଏ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଏସ.ପି ବିରଞ୍ଚି ପ୍ରସାଦ ଦେହୁରୀ, ସିଡିଏମଓ କିଶୋର ପୃଷ୍ଟି, ସହକାରୀ ଜିଲ୍ଲାପାଳ ସୁଚିସ୍ମିତା ଦାଶ, ଉପଜିଲ୍ଲାପାଳ ସୁକାନ୍ତ କୁମାରମାଝୀ,ଏସଡିଏମଓ ଡ଼ଃ.ଉମାକାନ୍ତ ସାହୁ, ତହସିଲଦାର ଡ଼ଃ.ସାଇ ସସ୍ମିତା ହୋତା,ବିଡ଼ିଓ ଜ୍ୟୋସ୍ନା ନାଏକ,ଡିଏସପି ରାମରାଏ ମୁର୍ମୁ,ଚମ୍ପୁଆ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ । ଶେଷରେ ୪୩ଜଣ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଜିଲ୍ଲାପାଳ ଟ୍ରାଇ ସାଇକେଲ ବଣ୍ଟନ କରିଥିଲେ । 

Comments (0)
Add Comment