ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡରୁମ୍ ଉଦ୍ଘାଟିତ

ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ-ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଓଡିଶାର ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଅଛି । ଜିଲ୍ଲାରେ ରେକର୍ଡରୁମ୍ ଓ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେକର୍ଡ ରୁମ୍ ନୂତନ ଗୃହ ପ୍ରତିଷ୍ଠା ଦ୍ୱାରା ଜିଲ୍ଲାବାସୀଙ୍କର ଜମିଜମା ସଂକ୍ରାନ୍ତୀୟ ରେକର୍ଡ ଏଠାରେ ଉପଲବ୍ଧ ହେବ । ଜଗତସିଂହପୁର ଜିଲ୍ଲା ବିଭାଜନ ପରେ ସମସ୍ତ ରେକର୍ଡ ସେଟଲ୍ମେଣ କାର୍ଯ୍ୟାଳୟ,ଜୋବ୍ରା ଓ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଣାଯାଇ ଜଗତସିଂହପୁର ଠାରେ ଉପଲବ୍ଧ ହେବ । ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ଶ୍ରମିକ ମାନଙ୍କର ଉନ୍ନତିରେ ସହାୟକ ହେବ । ଏହି କାର୍ଯ୍ୟାଳୟରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କର ପଂଜିକରଣ କରାଯାଇ ସରକାରଙ୍କ ଉପଲବ୍ଧ ସୁରକ୍ଷା ଉପକରଣ,ସାଇକେଲ,ବିବାହ ସହାୟତା ରାଶି,ଶ୍ରମିକଙ୍କ ଦୁର୍ଘଟଣା ଓ ମୃତ୍ୟୁ ଜନିତ ସହାୟତା,ଶ୍ରମିକ ପରିବାର ଛାତ୍ରଛାତ୍ରୀଙ୍କୁ ବୃତି,ପାରାଦ୍ୱୀପରେ ଗଢି ଉଠିଥିବା ମେଗା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୁଖ ସୁବିଧା ପାଇଁ ଶ୍ରମ ଆଇନ କାର୍ଯ୍ୟକାରୀ ହେବାରେ ଏହି କାର୍ଯ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ଉଦ୍ଘାଟନୀ ଉତ୍ସବରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ରେକର୍ଡ ରୁମ୍ ପ୍ରତିଷ୍ଠା ହେବା ଦ୍ୱାରା ଜିଲ୍ଲାର ଜନସାଧାରଣଙ୍କୁ ରାଜସ୍ୱ,ଜମିଜମା ସଂକ୍ରାନ୍ତୀୟ ସମସ୍ତ ରେକର୍ଡ ଉପଲବ୍ଧ ହୋଇପାରିବ । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗରେ ନୂତନ ଭାବେ ଟାଇଲ ବିଛା କାମ ଚାଲିଛି । ସମସ୍ତ ବିଭାଗକୁ କମ୍ପୁଟରୀକରଣ କରାଯାଇ ଇ-ଅଫିସ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ ସଂପାଦିତ ହେଉଅଛିି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାନୀୟଳ ବ୍ୟବସ୍ଥା ସହିତ ସମସ୍ତ ଶୈାଚାଳୟ ପୁର୍ନଉଦ୍ଧାର କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲିଫଟ୍ ବ୍ୟବସ୍ଥା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

Comments (0)
Add Comment