ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ଆତ୍ମହୂତି ଉଦ୍ୟମ

  • ଜଳସେଚନ ପାଇଁ ୪ ବର୍ଷ ହେଲା ନୟାନ୍ତ ଅନନ୍ତ

ନବରଙ୍ଗପୁର : ଏକ ଅଭାବନୀୟ ଘଟଣାଚକ୍ରରେ ଚାଷୀ ଆତ୍ମହୂତି କରିବା ଘଟଣା ଲଜ୍ଜିତ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଷାଗୁମୁଡା ବ୍ଲକ ଏମ କାରାଗାଁର ଚାଷୀ ଅନନ୍ତ ରାମ ଭତ୍ରା କିରୋସିନ ଢାଳି ହୋଇ ନିଜକୁ ଆତ୍ମହୂତି ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା। ଚାଷୀ ଅନନ୍ତ କିରୋସିନ ଢ଼ାଳି ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ପୋଲିସ ଅନନ୍ତକୁ କାବୁ କରିଥିଲେ। ଏହା ପରେ ପୋଲିସକୁ ଖବର ଦେଇ ଅନନ୍ତକୁ କାର୍ଯ୍ୟାଳୟ ପରିସରରୁ ନେଇ ଯାଇଥିଲେ। ଅନନ୍ତ ରାମଙ୍କ କହିବାନୁଯାୟୀ ଚାଷ ଜମିକୁ ପାଣି ଏବଂ ବିଦ୍ୟୁତ ସଂଯୋଗ ସକାଶେ ସେ ୨୦୨୦ ମସିହାରୁ ଆବେଦନ କରିବା ସହ ଦଶ ହଜାର ଟଙ୍କା ସ୍ଥାନୀୟ  ସରପଂଚଙ୍କୁ ହାତାହାତି ପ୍ରଦାନ କରିଥିଲେ। ଆଶା ଥିଲା ସରକାରଙ୍କ ଜଳସେଚନ ଜରିଆରେ ଧାନ,ମାଣ୍ଡିଆ,ମକା,ପନିପରିବା ଭଳି ଚାଷ କରି ପରିବାର ପ୍ରତିପୋଷଣ କରିବେ। ହେଲେ ଏହି ଆଶା ନିଜକୁ ଭାଙ୍ଗି ଦେଇଥିଲା। ଧାର କରଜ କରି ଲକ୍ଷଲକ୍ଷ ଟଙ୍କାର କରିଥିବା ଚାଷରେ ମୂଳରୁ ହାନି ଘଟିଲା। ଏଥିପୂର୍ବରୁ ଅନନ୍ତ ବିଭିନ୍ନ କାର୍ଯ୍ୟାଳୟରେ ବହୁବାର ଦୌଡ଼ିାଦୌଡି କରି ମଧ୍ୟ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଲେ। ଥରକୁ ଥର ୪ ବର୍ଷ ହେଲା ଜମିରେ ଜଳସେଚନ ହୋଈପାରୁ ନ ଥିବାରୁ ପ୍ରତି ବର୍ଷ ଚାଷ ନଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମଧ୍ୟ ବହୁ ଆଶା କରି ଜଳସେଚନ ଆଶା କରି ୫ ଏକର ମକା ଚାଷ କରିଥିଲେ। ତଥାପି ଜଳସେଚନ ସୁବିଧା ମିଳିପାରିଲା ନାହିଁ। ଏଣୁ ବହୁକଷ୍ଟରେ ଏକ ଡିଜେଲ୍ ପମ୍ପ କିଣିଥିଲେ ଏବଂ ପମ୍ପ ଯୋଗେ ଜମିକୁ ଜଳସେଚନ ବ୍ୟବସ୍ଥା କରିଥିଲେ। ଡିଜେଲ୍ କିଣିବା ସକାଶେ ଘରେ ସଂଚିତ ଧାନ,ମାଣ୍ଡିଆ ସରି ଯାଇଥିଲା। ଯାହା ଫଳରେ ଆଉ ଚାଷରେ ଜଳସେଚନ ଅଭାବରୁ ଏ ବର୍ଷ ମଧ୍ୟ ଫସଲ ନଷ୍ଟ ହୋଈଯଇଥିବା କହିଛନ୍ତି। ଆଗକୁ କଣ କରିବେ,ନ କରିବେ ବୁଝିବା ପୂର୍ବରୁ ଅଭିଯୋଗ ନେଇଁ ଚାଲି ଆସିଥିଲେ ଜିଲ୍ଲାପାଳଙ୍କ କାର୍ଯାଳୟକୁ ଏବଂ ଆତ୍ମହୂତି କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇଁ ସ୍ଵତ ପ୍ରଶ୍ନ ଉଠୁଛି ଯେ,ନବରଙ୍ଗଫୁର ଜିଲ୍ଲା ଭଳି ଏକ ଆଦିବାସୀ,ଅଶିକ୍ଷିତ ଜିଲ୍ଲାରେ ସାଧାରଣତଃ ଗରୀବ ଚାଷୀ ରହୁଛନ୍ତି। ସେମାନେ ଜାଣନ୍ତି ନାହିଁ ଯେ,କୋଉଠି କ’ଣ କରିବାକୁ ହେବ। ଏଥିରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ସହଯୋଗ କରୁ ନ ଥିବା ବହୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ନେଇଁ ଜିଲ୍ଲାରେ ସଂରକ୍ଷିତ ରାଜନୈତିକ ଆଧାରରେ ଅନନୁସୂଚିତ ଜନଜାତିଙ୍କୁ ଅଗ୍ରାଧିକାର ଦିଆଯାଇଛି,ସତ ହେଲେ ଏବେ ବି ଜିଲ୍ଲାରେ ଅନନ୍ତ ଭଳି ଅନେକ ସ୍ୱାବଲମ୍ବୀ ଚାଷୀ ଅଣଦେଖାର ଶିକାର ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ନେତାଏ ସାଧାରଣ ଲୋକଙ୍କୁ ଭୋଟ ବ୍ୟାଙ୍କ କରିଥିବା ବେଳେ ପ୍ରଶାସନର ଅବହେଳା ଚାଷୀ ସଙ୍କଟକୁ ଦ୍ବିଗୁଣିତ କରୁଛି। ତେବେ ଅନନ୍ତ ଭଳି ଜିଲ୍ଲାରେ ଅନେକ ହତାଦର ହେଉଥିବା ଚାଷୀ ରହିଛନ୍ତି,ଯେଉଁମାନେ ନିଜର ହକକୁ ଜାହିର କରିପାରୁ ନାହାନ୍ତି। ଘଟଣା ପରେ ଅନନ୍ତକୁ ପୋଲିସ ଥାନାରେ ରଖି ପଚରାଉଚୁରା କରି ଛାଡି ଦେଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ କଥାବାର୍ତ୍ତା କରି ସହଯୋଗର ପ୍ରତିଶୃତି ଦେଇଥିବା ଜଣାପଡିଛି।

Comments (0)
Add Comment