ଜଗତସିଂହପୁର : ଆଜି ବାଲିକୁଦା ବ୍ଲକର ବୋରିକିନା ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର ମଡେଲ ଭିତିକ ଶିକ୍ଷାନୁଷ୍ଠାନରେ ପରିଣତ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ତନଖି ବ୍ୟୟ ମୁରୀ ଅଟକଳ କରିଛନ୍ତି । ପ୍ରାୟ ୨କୋଟି ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ଦ୍ୱାରା ୮ଗୋଟି ଶ୍ରେଣୀ ଗଅହ ନନିର୍ମାଣ, କମ୍ପୁ୍ୟଟରକରଣ, ଷ୍ଟଡି ଲାଇବ୍ରେରୀ, ପିଲାମାନଙ୍କ ପାଇଁ ସ୍ୱତନ୍ତନ୍ତ୍ର ଡେସ୍କ, ଏବଂ ବେବୀ ବ୍ୟବସ୍ଥା ସହ ଆବଶ୍ୟକ ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତ ନିମନ୍ତେ ବ୍ରବସ୍ଥା କରାଇଛନ୍ତି । ଜିଲ୍ଲାପାଳ ଏହି ଉପଲକ୍ଷେ ସ୍କୁଲ ପରିସରରେ ଥିବା ଉକ୍ରଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ, ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଭାସ୍କର ଚନ୍ଦ୍ର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ତାଙ୍କ ସହ ସ୍ଥାନୀୟ ବିଡିଓ ଡଃ କଲ୍ୟାଣ ସୌରଭ ଦାଶ, ବିଶିଷ୍ଠ ସମାଜସେବୀ ତଥା ବିଜେପି ନେତା ସୟ କୁମାର ମହାନ୍ତି, ଆଇନଜୀବି ବିର ନରାୟଣ ପାତ୍ର, ସମାଜସେବୀ ମହେଶ୍ୱର ବେହେରା, ସମୀର କୁମାର ପରିଡା, ଭୀମସେନ ପରିଡା, ଶିକ୍ଷାବିତ ଡଃ ବିଷ୍ଣ ଚରଣ ସ୍ୱାଇଁ, ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପରିଡା, ସହକାରୀ ଯନ୍ତ୍ରୀ ବୈରାଗୀ ଚରଣ ଜେନା, ସରପଞ୍ଚ ସାଧୁଚରଣ ସାହୁ, ପପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ବିଦ୍ୟାଳୟର ସ୍ଥିତି ଓ ଅବସ୍ଥିତିରେ କିପରି ଉନ୍ନତି ପରିଲକ୍ଷିତ ହେବ ସେ ସମ୍ପର୍କରେ ଅବଗତ କରାଇଥିଲେ ।