ଜେଲ୍‌ରୁ ମୁକୁଳିଲେ ୭,୨୫୫ କଏଦୀ

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ୨୦ ମାର୍ଚ୍ଚରୁ ମେ’ ୧୨ ମଧ୍ୟରେ ଜେଲ୍‌ରେ ଅନ୍ତେବାସୀଙ୍କ ସଂଖ୍ୟା ୧୭,୮୧୨ ରହିଛି। ସେଥିମଧ୍ୟରୁ ୧୬,୯୩୧ଜଣ ଅନ୍ତେବାସୀ ବିଭିନ୍ନ ଜେଲ୍‌ରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୩୮୯ ଅଭିଯୁକ୍ତଙ୍କୁ ପାରୋଲ୍‌ରେ ଛଡ଼ାଯାଇଛି। ସେହିପରି ପର୍ସନାଲ୍‌ ବଣ୍ଡ ଏବଂ ବେଲ୍‌ରେ ୬,୮୬୬ଜଣଙ୍କୁ ମୁକ୍ତ କରାଯାଇଛି। ଜେଲ୍‌ଗୁଡ଼ିକରେ ଭିଡ଼ କମାଇବା ପାଇଁ ୧,୧୬୦ଜଣ ଅନ୍ତେବାସୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Comments (0)
Add Comment