ଝରିଗାଁବାସୀଙ୍କ ପକ୍ଷରୁ ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ଝରଗାଁ : ଝରିଗାଁରେ ପହଞ୍ଚିଲା ଶ୍ରୀରାମ ଜନ୍ମ ଭୂମି ଅଯୋଧ୍ୟାରେ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ଏବଂ ଅକ୍ଷତ ଚାଉଳ।ଏକ ଭକ୍ତିମୟ ପରିବେଶ ମଧ୍ୟରେ ଜୟ ଶ୍ରୀରାମ ର ନାରା ଦେଇ ଏକ ବିରାଟ କଳସ ଯାତ୍ରାରେ ଶତାଧିକ ସନାତନୀ ଭାଈଭଉଣୀ ଅକ୍ଷତ ଚାଉଳକୁ ଗ୍ରାମ ପରିକ୍ରମା କରାଇ ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ଆଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳକୁ ବ୍ଲକର ସମସ୍ତ ପଞ୍ଚାୟତର ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପଞ୍ଚାୟତ ସ୍ତରରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସାଥିରେ ନେଇ ପ୍ରତି ଘରକୁ ଦିଆଯିବା ନେଇ ସୁବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ  ବାଲମ୍ ପଟ୍ଟନାୟକ, ରମେଶ ପଣ୍ଡା ,ପିଣ୍ଟୁ ଠାକୁର ,ମୋହନ ପ୍ରଧାନି , ରମେଶ ଚନ୍ଦ୍ର ବାଡତିଆ, ମୀନତି ଦାସ…ପ୍ରମୁଖଙ୍କ ନେତୃତ୍ୱରେ ଅକ୍ଷତ କଳସ ଶୋଭାଯାତ୍ରାରେ ଶତାଧିକ ସନାତନୀ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସହର ପରିକ୍ରମା ବେଳେ ପ୍ରତି ସାହିରେ ସ୍ଥାନୀୟ ମହିଳାମାନେ ଅକ୍ଷତ କଳସ କୁ ଫୁଲ ଚନ୍ଦନ ହୁଳହୁଳି ଦେଇ ସ୍ୱାଗତ କରିଥିଲେ।

Comments (0)
Add Comment