ଟାଟା ଷ୍ଟିଲ ଫାଉଣ୍ଡେସନ ର ସୌର ଚାଳିତ ଆଲୁଅ ଜୀବନ ଶୈଳୀରେ ଆଣିଛି ପରିବର୍ତ୍ତନ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଧିନରେ ଥିବା ଛଅ ଗୋଟି ଗ୍ରାମ ପଞ୍ଚାୟତରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟି ଏସ ଏଫ) ତରଫରୁ ସର୍ବମୋଟ 236 ଟି ସୌର ଚାଳିତ ଆଲୋକ ସ୍ଥାପନ କରାଯାଇଛି 2022-23 ଆର୍ଥିକ ବର୍ଷରେ ସମ୍ପାଦନ କରାଯାଇଥିବା ଏହି ଆଲୋକ ବ୍ୟବସ୍ଥା ଯୋଗୁଁ ଏହି ଗ୍ରାମ ପଞ୍ଚାୟତ ଗୁଡିକର ପ୍ରାୟ 10 ହଜାର ଲୋକ ଉପକୃତ ହେଉଛନ୍ତି Iପଳସା, ଜଜାଙ୍ଗ, ବାମେବାରି, ଗୁରୁଦା, ଜଳହରି ଏବଂ ପାଟ୍ଟମୁଣ୍ଡା ପଞ୍ଚାୟତ ଅଧୀନରେ ଥିବା ବେଲଦା, ଜଗନ୍ନାଥପୁର, ଉଚ୍ଚବାଲି, ଗୁରୁତୁଆଁ, ଜୋରିବାହାଲ, ରାଞ୍ଚି ହାଟି, ଖଣ୍ଡବନ୍ଧ ବସ୍ତି, କଦଳୀଆ, ମିଥିର୍ଦI ଇତ୍ୟାଦି ଜନ ବସତି ଓ  ଗ୍ରାମ ଗୁଡିକରେ ଏହି ଆଲୋକ ସ୍ଥାପନ କରାଯାଇଛି I ଏହି ସୁବିଧା ଯୋଗୁଁ ସ୍ଥାନୀୟ ବାସିନ୍ଦା ମାନେ ଏବେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିରାପଦରେ ଚଳପ୍ରଚଳ କରିବା ସହ ସେମାନଙ୍କ ପିଲାମାନେ ଖେଳ କୁଦ ସହ ପଢ଼ାପଢ଼ି ମଧ୍ୟ କରିପାରୁଛନ୍ତି I  ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନ, ବଜାର, ହାଟ, ମନ୍ଦିର, ନଳକୂପ ଆଦି କୁ ମହିଳା ମାନେ ମଧ୍ୟ ଅନାୟାସରେ ଏବଂ ନିର୍ଭୟରେ ଯା’ଆସ କରିପାରୁଛନ୍ତି I ନିରାପଦ ଗମନାଗମନ ଯୋଗୁଁ ଏହି ସବୁ ଅଞ୍ଚଳରେ ବାହାଘର, ବ୍ରତଘର ତଥା ଅନ୍ୟାନ୍ୟ ସମାଜିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଯୋଗଦାନ କରିବାରେ ଲୋକଙ୍କୁ ଆଉ ଅସୁବିଧା ହେଉନାହିଁ Iବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକମାନେ ଚଳ ପ୍ରଚଳ କରିବା ଯୋଗୁଁ ଏକ ସୁସ୍ଥ  ବାତାବରଣ ସ୍ରୁଷ୍ଟି ହେବା ସହ ଚୋରି ଭୟ ବହୁ ମାତ୍ରାରେ କମି ଯାଇଛି Iଏ ସମ୍ପର୍କରେ ଗୁରୁଦା ଗ୍ରାମର ମମତା ଦେହୁରୀ କହନ୍ତି, “ଏହି ଆଲୋକ ବ୍ୟବସ୍ଥା ଆମ ଗ୍ରାମର ନିରାପତ୍ତା ଏବଂ ସୁରକ୍ଷା ବ୍ୟବସ୍ଥା କୁ ବୃଦ୍ଧି କରିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଛି I ଏଥିପାଇଁ ଆମ ଅଞ୍ଚଳରେ ଦୋକାନ ସବୁ ବେଶୀ ସମୟ ପର୍ଯ୍ୟନ୍ତ ଖୋଲା ରହି ପାରୁଛି I”ସେହି ଗ୍ରାମର ପଦ୍ମିନୀ ନାଏକ କହନ୍ତି, ” ସବୁଠାରୁ ବଡ କଥା ହେଉଛି ଆମ ପିଲାମାନେ ଏବେ ବେଶୀ ରାତି ପର୍ଯ୍ୟନ୍ତ ପଢ଼ାପଢି କରି ପାରୁଛନ୍ତି I ଏଥିପାଇଁ ମୁଁ ଟି ଏସ ଏଫ କୁ ଧନ୍ୟବାଦ ଦେଉଛି I”ଟି ଏସ ଏଫ ଭବିଷ୍ୟତରେ ଏହି  ଅଞ୍ଚଳରେ ଅନେକ ଏପରି ଲୋକାଭିମୁଖୀ କାର୍ଯ୍ୟ ହାତକୁ ନେବାକୁ ଲକ୍ଷ୍ୟ ରଖିଛି I

Comments (0)
Add Comment