ଟିଟିପିଏସ୍ ବନ୍ଦ ଯୋଗୁଁ ୫ହଜାର କର୍ମଚାରୀ ପ୍ରଭାବିତ

ତାଳଚେର: ଏନ୍.ଟି.ପି.ସି ତାଳଚେର ଥର୍ମାଲ କାରଖାନାର ବେଆଇନ ତାଲା ବନ୍ଦ ଓ ବେଆଇନ ଶ୍ରମିକ ଛଟେଇ ବିରୁଦ୍ଧରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଏ ବେଆଇନ ବନ୍ଦ ବିରୋଧରେ କରିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶ୍ରମ ବିଭାଗର ଉପଶ୍ରମ ସଂସ୍ଥାପିକାଙ୍କ କାର୍ଯ୍ୟାଳୟରେ କନସିଲିଏସନ ବିଚାରାଧିନ ଥିବାବେଳେ ଏନ୍.ଟି.ପି.ସି. କର୍ତୃପକ୍ଷ ସରକାରଙ୍କ ଠାରୁ ପରିମିଶନ ନ ନେଇ ଏକ ତରଫା ଭାବେ କାରଖାନା ବନ୍ଦ କରିଥିବାରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଦୃଢ଼ ବିରୋଧ କରି ଶ୍ରମ ସଚିବ, କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିସନର ଓ ଉପ ଶ୍ରମ କମିଶନରଙ୍କୁ ପତ୍ର ଲେଖିଛନ୍ତି । ଏହି କାରଖାନା ସାରା ଦେଶରେ ତାପଜ ବିଦୁ୍ୟତ କେନ୍ଦ୍ରମାନଙ୍କ ମଧ୍ୟରେ ଅଧିକ ଉପôାଦନ କରୁଥିବା ଓ ନିରାପତା ପାଇଁ ସମ୍ମାନଜନକ ପୁରସ୍କାର ପାଇଥିଲାବେଳେ କେନ୍ଦ୍ର ଓ ରାଜ୍ୟ ପ୍ରଦୁ୍ୟଷଣ ବୋଡର଼୍କୁ କୋ÷ଣସି ସମୟ ନ ମାଗି ପ୍ରଦୁ୍ୟଷଣ ଓ ନିରାପତା ନାମରେ ଏହି କାରଖାନାକୁ ବନ୍ଦ କରିବା ଦୁର୍ଭାଗ୍ୟଜନକ । ୨୦୧୦ ମସିହାରେ ତାଳଚେର ଠାରେ ଏନ୍.ଟି.ପି.ସି. ତରଫରୁ ୧୩୨୦ ମେଗାୱାଟର ୨ଟି ୟୁନିଟ୍ ତତ୍କାଳିନ ୟୁ.ପି.ଏ ସରକାର ପ୍ରସ୍ତାବ କରିଥିଲେ । ବି.ଜେ.ପି ସରକାରଙ୍କ ସମୟରେ ଏହାକୁ ଟେଣ୍ଡର କରାଯାଇଥିଲା ଏବଂ ସରକାରୀ ଉଦ୍ୟୋଗ ଭେଲ୍କୁ ଏହି ଟେଣ୍ଡର ମିଳିଥିଲେ ହେଁ ଦିର୍ଘ ୪ ବର୍ଷ ହେଲେ ହେଁ ଏହି କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ୪ ବର୍ଷ ପରେ ଏହି କାରଖାନାକୁ ଏନ୍.ଟି.ପି.ସି ନ କରି ଘରୋଇ କଂପାନୀ ଦିଆଯାଇ ତାଳଚେର ଥର୍ମାଲ ପାୱାର ଷ୍ଟେସନ ନ କରି ସୋଲାର ପାୱାର କରାଯିବ ବୋଲି ଏନ୍.ଟି.ପି.ସି ପ୍ରାକ୍ତନ ଅଧ୍ୟକ୍ଷ କନସିଲେସନ ସମୟରେ କହିଛନ୍ତି । ଅନ୍ୟପକ୍ଷରେ ଦିର୍ଘ ୪ ବର୍ଷ ହେଲା କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରିମିଶନ ମାଗିଥିଲେ ହେଁ ୨୦୨୦ ଫେବୃୟାରୀ ୨୧ ତାରିଖରେ ପରିମିଶନ ଦେଇଥିବାରୁ ଏହି କାରଖାନା କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ ବୋଲି କୁହାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତୃମଣ୍ଡଳୀ ରାଜ୍ୟ ଶକ୍ତିମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେଲା ପରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ କାରଖାନା ଚଳାଇବା ପାଇଁ ଚିଠି ଲେଖିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାରଖାନା ଚଳାଇବା ପାଇଁ ଓ ନୂଆ କାରଖାନା ନିର୍ମାଣ କରିବା ପାଇଁ ଚିଠି ଲେଖିଥିଲେ ବୋଲି ଖବର କାଗଜରେ ବାହାରିଛି । ତାହାସତ୍ୱେ ହଠାତ୍ ଅପ୍ରେଲ ୧ ତାରିଖରୁ କାରଖାନାର ବିଦୁ୍ୟତ ଉପôାଦନ ବନ୍ଦ କରିବା ଫଳରେ ଶ୍ରମିକ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଶୁଭ ଦେଲା ପରେ ତାଳଚେର ସାର କାରଖାନା ଆରମ୍ଭ ହୋଇନଥିବାବେଳେ ଗୋଟିଏ କାରଖାନା ତାଲଚେର ଥର୍ମାଲ ବନ୍ଦ ହେଉଛି । ଗଙ୍ଗପୁର ବିର୍ଷା ଲାଇମ୍ ଷ୍ଟୋନ କର୍ମଚାରୀମାନେ ଦିର୍ଘ ୨ ବର୍ଷ ହେଲା ଦରମା ପାଇନାହାନ୍ତି । କେନ୍ଦୁଝର, ଠାକୁରାଣୀ, ଓ.ଏମ୍.ସି.ର ୬ଟି ମାଇନ୍ସ୍ ବନ୍ଦ ହେବା ଫଳରେ ହଜାର ହାଜର ଶ୍ରମିକଙ୍କୁ ଛଟେଇ କରିଛନ୍ତି । ଓଡ଼ିଶାର ୨ୟ ଇସ୍ପାତ କାରଖାନା ନିଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରିବା ପାଇଁ ଦିର୍ଘ ୧୧ ମାସ ହେବ ନିଳାଚଳ ଇସ୍ପାତ ନିଗମ କର୍ମଚାରୀମାନଙ୍କୁ ଦରମା ମିଳୁ ନାହିଁ । ଡୁବୁରୀ ଅଂଚଳର ମେସ୍କୋ ଓ ମୈଥାନ କର୍ମଚାରୀଙ୍କୁ ମଧ୍ୟ ଦରମା ମିଳୁ ନାହିଁ । କେନ୍ଦ୍ର ସରକାରଙ୍କ ଏହି ବୈମାତୃକ ମନୋଭାବ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ଉଦ୍ୟମରେ ଅନୁଗୁଳ, ତାଳଚେର ତଥା ସାରା ରାଜ୍ୟରେ ଏହି ଆନେ୍ଦାଳନକୁ ସାରା ରାଜ୍ୟରେ ପରିବ୍ୟାପ୍ତ କରାଯିବ ।

Comments (0)
Add Comment