ଟିଟିଲାଗଡରେ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତି

ଟିଟିଲାଗଡ: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ସହରରେ ଚଳିତବର୍ଷ ଭୟାବହ ଅଗଃିବର୍ଷା ହେବ । ଭିଷଣ ତାତି ସହରରେ ଅନୁଭୁତ ହେବ । ଏନେଇ କେନ୍ଦ୍ର ପାଣିପାଗ ବିଭାଗ ପୁର୍ବରୁ ପୁର୍ବାନୁମାନ କରି ଏମିତି ସଙ୍କେତ ଦେଇ ସାରିଛି । ତେବେ ଟିଟିଲାଗଡ ସହରରେ ଗତ ଫେବ୍ରୁୟାରି ମାସରୁ ତାତି ଅନୁଭୁତ ହେଲାଣି । ଯଦିଓ ସରକାରୀ ଭାବରେ ଟିଟିଲାଗଡ ର ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିଛି । କିନ୍ତୁ ସହରରେ ଏବେ ମୁଣ୍ଡ ଫଟା ଗରମ ଅନୁଭୁତ ହେଉଥିବା ଲୋକେ କହୁଛନ୍ତି । ଟିଟିଲାଗଡର ପ୍ରଚଣ୍ଡ ତାତି ସାଙ୍ଗକୁ ପାନୀୟଜଳର ଅଭାବ ଏବଂ ବିଦ୍ୟୁତ ସମସ୍ୟା ଉପରେ ଆଜି ପୈାରପରିଷଦ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ଉପଜିଲ୍ଲାପାଳ ତଥା ପୈାରପରିଷଦର ଭାରପ୍ରାପ୍ତ କାର୍ଯ୍ୟନିବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ ସହର ସମେତ ସମଗ୍ର ଉପଖତ୍ପରେ କିଭଲି ଭାବରେ ଗ୍ରୀଷ୍ମ ପ୍ରବାହରୁ ସଧାରଣଲୋକଙ୍କୁ ସୁରକ୍ଷିତ ରଖାଯିବ ସନେେ ବିସ୍ତୁତ ଆଳୋଚନା କରାଯାଇଛି । ସହରରେ ପାନିୟଜଳର ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ସଠିକ ଭାବରେ ପରିଚାଳନା କରିବା ସହ ଆବଶ୍ୟକ ସ୍ଥଳେ ଟ୍ୟାଙ୍କଲରରେ ପାନିୟଜଳ ଯୋଗଇଦେବା ପାଇଁ ଅନୁରୋଧ କରିଥିଲେ ଉପଜିଲ୍ଲାପାଳ । ତେବେ ବିଦ୍ୟୁତ ସମସ୍ୟା ଲାଗି ରହୁଥିବାରୁ ଯଥାସାଧ୍ୟ ଏହି ସମସ୍ୟା ଭିତରେ ଉଭୟ ବିଭାଗର ତାଳମେଳ ରଖି ପାନୀୟଜଳ ଯୋଗଇଦେବା ପାଇଁ ଉପଜିଲ୍ଲାପାଳ ଉଭୟ ବିଭାଗକୁ ଅନୁରୋଧ କରିଥୀଲେ । ଲୋକଂକୁ ଆବଶ୍ୟକ ନପଡିଲେ ଘରୁ ବାହାରକୁ ନବାହରିବା ପାଇଁ ପ୍ରଶାସନ ଅନୁରୋଧ କରିଛି । ସକାଳ ୭ ଟାରୁ ଦିନ ୧୧ ରୁ ୧୨ ଟା ମଧ୍ୟରେ ନିଜର ସମସ୍ତ କାମ ସାରି ଘରକୁ ଫେରି ନିରାପଦରେ ରହିବାକୁ ନିବେଦନ କରିଛି ପ୍ରଶାସନ । ମୁଣ୍ଡରେ ଗାମୁଛା,ପାଣି ବୋତଲ ସହ ଛତା ଧରି ଘରୁ ବାହାରକୁ ବାହାରିବା ପାଇଁ ନିବେଦନ କରିଛି ପ୍ରଶାସନ । ବିଭୀନ୍ନ ଗ୍ରାମ ମାନଙ୍କରେ ଜଳଛତ୍ର ଖୋଳିବା, ଅସ୍ଥାୟି ବିଶ୍ରାମଗ୍ରୁହ ଖୋଳିବା, ଅଚଳ ହୋଇପଡିଥିବା ନଳକୂପ କୁ ସଚଳ କରିବା ସହ ଜୀବ ଜନ୍ତୁ ଏବଂ ଗାଇ,ଛେଲି, ମେଣ୍ଢା ସହ ପକ୍ଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଶାସନ ଚିନ୍ତା କରିଛି । ବିଭୀନ୍ନ ହାତ ପମ୍ପ ବା ନଲକୁପ ନିକଟରେ ଗାଇ ଗୋରୁ ତଥା ଗ୍ରୁହପାଳିତ ପଶୁ ମାନଙ୍କ ପାଇଁ ପାଣି ରଖିବା ସହ ବିଭୀନ୍ନ ପୋଖରି ରେ ଚହଳା ମାନ ଖୋଳିବା ସହ ଲୋକଙ୍କ ଛାତ ଉପରେ ବିଭୀନ୍ନ ପକ୍ଷୀ ମାନଙ୍କ ପାଇଁ କିଛି ପାତ୍ରରେ ପାଣି ରଖିବା ପାଇଁ ନିବେଦନ କରିଛନ୍ତି ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ଏମିତି କି ପ୍ରତ୍େୟକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନାରେ ଅଂଶୁଘାତ କକ୍ଷ ରଖିବା ସହ ସମସ୍ତ ପ୍ରକାର ବ୍ୟବସ୍ଥା ପୁର୍ବରୁ ରଖିବା ପାଇଁ ନିଦେ୍ଧର୍ଶ ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥି,ଉପଖଣ୍ଡ ସୁଚନା ଓ ଲୋକ ସର୍ମ୍ପକ ବିଭାଗ ଅଧିକାରୀ ମନୋଜ ବେହେରା ,ବିଦ୍ୟୁତ ବିଭାଗ ଏସ.ଡି.ଓ.ଡି. ଦିକ୍ଷିତ,ଟିଟିଲାଗଡ ବିଡିଓ ନବିନ ଚନ୍ଦ୍ର ନାଏକ,ସଇଁତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ,ଟିଟିଲାଗଡ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ,କଂଟାବାନଜି ବିଗ୍ୟାପିତ ଅଂଚଲପରିଷଦ ନିବାହୀ ଅଧିକାରୀ, ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ,ମେଡିକାଲ ଷ୍ଟାର୍ପ,ଗ୍ରାମପଂଚାୟତ ଅଧିକାରୀ, କଂଟାବାନଜି ତହସିଲଦାର ସମେତ ବହୁ ବିଭାଗର ଅଧିକାରୀ ଯୋଗଦେଇଥିଲେ ।

Comments (0)
Add Comment