ଟୁଟନ ହତ୍ୟାକାଣ୍ଡ: ୮ ସନ୍ଦିଗ୍ଧଙ୍କୁ ସାଇବର ଟିମର ଜେରା

ଯାଜପୁର: ଟୁଟନ ହତ୍ୟାକାଣ୍ଡ ପଛରେ ଥିବା କାରଣ ଓ ହତ୍ୟାକାରୀ କିଏ? ତାକୁ ଖୋଜୁ ଖୋଜୁ ଏହା ମଧ୍ୟରେ ୫ ଦିନ ବିତି ଗଲାଣି । ହତ୍ୟାକାଣ୍ଡର ଅଳ୍ପ କିଛି ଘଂଟା ପରେ ଟୁଟନର ମୃତ ଦେହ ଠାବ କରାଯାଇଥିଲା । ପୁଲିସ ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବିଚାର କରିଥିଲା । ସାଇଂଟିଫିକ୍ ଟିମ୍ , ସନ୍ଧାନୀ କୁକୁର ତଦନ୍ତ ଏବଂ ମୃତ ଟୁଟନକୁ ଯୋଜନାବନ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଟୁଟନଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ପ୍ରାଥମିକ ସ୍ତରରେ ବ୍ୟବସାୟିତ ଶତୃତାକୁ ନେଇ ତଦନ୍ତ ଚଳାଇଥିଲା । ପରବର୍ତି ସମୟରେ ମହିଳା ଲିଙ୍କ ଥିବା ସନେ୍ଦହ କରି ପୁଲିସ ତଦନ୍ତ ଜାରି ରଖିଥିବା ଜାଣିବାକୁ ମିଳିଛି । ତଦନ୍ତ ବେଳେ ଏହି ୨ଟି କାରଣ ପୁଲିସ ସନେ୍ଦହର ନାଭି କେନ୍ଦ୍ରରେ ରହିଛି । ଏହି ୨ ଟି କାରଣକୁ ନେଇ ହତ୍ୟାକାରୀ ଟୁଟନକୁ ହତ୍ୟା କରି ଥାଇପାରନ୍ତି ବୋଲି ସନେ୍ଦହ କରି ପୁଲିସ ଏଯାବତ୍ ତଥ୍ୟ ଖୋଜୁଛି । ତଥାପି ହତ୍ୟାକାରୀଙ୍କ ଯୋଜନାବଦ୍ଧ ହତ୍ୟା ମାମଲାରେ ପୁଲିସ ହତ୍ୟାକାରୀ, ହତ୍ୟାର କାରଣ କିମ୍ବା ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ସଂପର୍କରେ ପ୍ରମାଣ ଯୋଗ୍ୟ ତଥା ବିଶ୍ୱସନୀୟ ତଥ୍ୟ ଖୋଜୁଛି । ଟୁଟନଙ୍କୁ ଜନ୍ମସ୍ଥାନ ଭେଲଙ୍ଗଠାରୁ ଅଳ୍ପ ଦୂର ବଡ଼ ହୁଡ଼ା ପଡ଼ିଆ ନିକଟରେ ହତ୍ୟା କରାଗଲା । ହତ୍ୟା ପରେ ଟୁଟନର ମୃତ ଦେହକୁ ଘଟଣା ସ୍ଥଳଠାରୁ ପ୍ରାୟ ଶହେ ମିଟର ଦୂରରେ ଫିଙ୍ଗା ଗଲା । ଟୁଟନଙ୍କୁ କାହିଁକି ହତ୍ୟା କରାଯାଇଛି? କିଏ ହତ୍ୟା କରିଛି? ସନେ୍ଦହର ଜାଲ ବୁଣୁ ବୁଣୁ ପୁଲିସକୁ ୨ ଦିନ ଲାଗିଗଲା । ୨ ଦିନ ତଳୁ ପୁଲିସ ତଦନ୍ତ ପ୍ରକି୍ରୟାକୁ ସାଣିତ କରିଛି । ପ୍ରଥମେ ଜଣେ ସନ୍ଦିଗ୍ଧକୁ ପୁଲିସ ଉଠାଇ ନେଇଥିବା ବେଳେ ପରେ ଆଉ ୪ ଜଣଙ୍କୁ ହେପାଜତକୁ ନେଲା । ତା ପରେ ପୁଣି ଆଉ ୩ ଜଣଙ୍କୁ ରବିବାର ରାତିରେ ଉଠାଇ ନେବା ସହ ଜଣେ ସନ୍ଦିଗ୍ଦଙ୍କ ଘରୁ ଏକ ମାରଣାସ୍ତ୍ର ଜବଦ କରିଛି । ଏହା ମଧ୍ୟରେ ରବିବାର ରାତିରେ ଜିଲ୍ଳା ପୁଲିସ ଅଧିକ୍ଷକ ଚରଣ ସିଂ ମୀନା ଭେଲଙ୍ଗ ଗ୍ରସ୍ଥରେ ଯାଇ ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରି ଫେରିବା ପରେ ସୋମବାର ଦିନ ଯାଜପୁର ଥାନାକୁ ଆସି ସମସ୍ତ ୮ ସନ୍ଦିଗ୍ଧଙ୍କୁ ଜେରା କରିଛନ୍ତି । ଅଧିକ୍ଷକ ଶ୍ରୀ ମୀନା ଯାଜପୁର ଥାନାରୁ ଫେରିବା ପରେ କଟକର ଆସିଥିବା ସାଇବର କ୍ରାଇମ୍ ଦଳ ଦୀର୍ଘ ୩ ଘଂଟାରୁ ଉର୍ଦ୍ଧ ସମୟ ସମସ୍ତ ୮ ସନ୍ଦିଗ୍ଧଙ୍କୁ ସାମ୍ମା ସାମ୍ନି ବସାଇ ଯୋଜନା ବଦ୍ଧ ହତ୍ୟା ଘଟଣାର ପୂର୍ବ ୨୪ ଘଂଟା ସଂପର୍କରେ ଟିକିନିଖି୍ ପଚରା ଉଚରା କରିଥିଲେ । ହତ୍ୟାକାଣ୍ଡର ୨୪ ଘଂଟା ପୂର୍ବରୁ ଟୁଟନ କାହା ସହିତ ମିଶିଛି । କେଉଁ କେଉଁ ସ୍ଥାନକୁ ଯାଇଛି ଓ ଟୁଟନ ସହିତ କୈାଣସି ଅପରିଚିତ ବ୍ୟକ୍ତି ମିତ୍ର ପଣ ଦେଖାଇ ଆଲୋଚନା କରିଛନ୍ତି କି? ଏଭଳି ବହୁ ତଥ୍ୟକୁ ଖୋଜିବା ପରେ ପୁଲିସ ପକ୍ଷେ ହତ୍ୟାକାରୀଙ୍କ ଅପରାଧିକ ଢ଼ଙ୍ଗ ସଂପର୍କରେ ସୂଚନା ମିଳିଥିବା ଜାଣିବାକୁ ମିଳିଛି । ତେବେ ସ୍ଥାନୀୟ ସୁତ୍ରରୁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ସୁତ୍ରଧର ପୁଲିସକୁ ଚଖମା ଦେଖାଇ ବିଂଝାରପୁର ଅଂଚଳରେ ଛପି ଥିବା ଚର୍ଚ୍ଚା ହେଉଛି । ସେହିପରି ସ୍ଥାନୀୟ ସୁତ୍ରରୁ ଜଣା ପଡ଼ିଛି ଯେ ଟୁଟନକୁ ହତ୍ୟା କରିବା ପାଇଁ ହତ୍ୟାକାରୀ ଦୀର୍ଘ ୧ ମାସ ହେବ ସୁଯୋଗ ଖୋଜୁଥିଲେ । ଟୁଟନ ଦିନସାରା ବ୍ୟବସାୟରେ ବ୍ୟସ୍ତ ରହି ପ୍ରାୟ ରାତି ୮ଟା ମଧ୍ୟରେ ଖାଇ ପିଇ ଶୋଇପଡ଼ୁଥିବାରୁ ଏହି ସମୟ ମଧ୍ୟରେ ହିଁ ତା କାମ ତମାମ କରିବା ସମ୍ଭବ ବୋଲି ଚିନ୍ତା କରି ହତ୍ୟାକାରୀ ଟୁଟନ ଯେଉଁ ସମୟରେ ପେଟ୍ରୋଲ ଆଣିବାକୁ ଯାଇଥିଲା ସେହି ସମୟକୁ ପ୍ରକୁÂ ସମୟ ଧରି ହତ୍ୟା କରିବାରେ ସଫଳ ହୋଇଥିଲେ । ସୁତରାଂ ଟୁଟନ ପେଟ୍ରୋଲ ଆଣିବାକୁ ଯିବା ସମୟର ସଠିକ୍ ସୂଚନା ପ୍ରଦାନ କରି ଏଯାବତ୍ ବିଂଝାରପୁର ଅଂଚଳରେ ଛପି ରହିଥିବା ଅପରାଧି ଠାବ ହୋଇ ପାରିଲେ ସବୁ ଖେଳ ଶେଷ ହୁଅନ୍ତା ବୋଲି ଆଲୋଚନା ହେଉଛି ।

Comments (0)
Add Comment