ଟ୍ରେଲର ମାଡିଯିବାରୁ ଚାରି ବର୍ଷର ଶିଶୁ କନ୍ୟା ମୃତ, ଉତ୍ୟକ୍ତ ଲୋକେ ଟ୍ରେଲର ଗାଡିକୁ ଜାଳି ଦେଲେ

ଚମ୍ପୁଆ : ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡ ଜୟନ୍ତି ଗଡ ଠାରେ ଟ୍ରେଲର ଗାଡି ମାଡି ଯିବାରୁ ୪ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଓଡିଶା-ଝାଡଖଣ୍ଡ ସୀମାନ୍ତ ବୈତରଣୀ ପୋଲ ନିକଟରେ ଜୟନ୍ତି ଗଡର ଜିତୁ ବେହେରାଙ୍କ ୪ବର୍ଷର ଶିଶୁ କନ୍ୟା ତା ମା ସହ ଚାଲି ଚାଲି ଚମ୍ପୁଆ ଆସୁଥିବା ବେଳେ ଏନ ଏଲ ଓ ଆଇ ଜି -୮୭୬୩ ନଂ ଟ୍ରଲର ଶିଶୁ କନ୍ୟାକୁ ଧକ୍କା ଦେଇ ଚଢ଼ି ଯାଇ ଥିଲା । ଘଟଣା ସ୍ଥଳରେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିଲା । ଶିଶୁ କନ୍ୟାଟିର ମା ମଧ୍ୟ ଆହତ ହୋଇ ଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇ ଥିବା ବେଳେ ଉତ୍ୟକ୍ତ ଲୋକେ ଟ୍ରଲରଟିରେ ନିଆଁ ଲଗାଇ ଦେଇଥିଲେ । ଟ୍ରଲରଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଜଳି ଯାଇ ଥିବା ବେଳେ ଡ୍ରାଇଭର ମଉକା ଦେଖି ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିଲା । ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିବା ବେଳେ ଖବର ପାଇ ଜଗନ୍ନାଥପୁର ପୋଲିସ ଘଟଣା ସ୍ଥଳରେ ପହଞି ପରିସ୍ଥିତି ନିୟତ୍ରଣ କରିଥିଲା । ଅଗ୍ନିଶମ ବିଭାଗ ଆସି ଗାଡିରୁ ନିଆଁ ଲାଭାଇ ଥିଲା । ଘଟଣାସ୍ଥଳରେ ଉତେଜନା ଲାଗି ରହି ଥିବା ସହ ରାସ୍ତାରୋକ ଜାରି ରହିଥିବା ଜଣାପଡିଛି ।

Comments (0)
Add Comment