ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ 2 ମହିଳାଙ୍କ ସମେତ 7 ଗିରଫ

କୋରାପୁଟ : ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ 2 ମହିଳାଙ୍କ ସମେତ 5 ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ l ରମେଶ ତ୍ରିପାଠୀ ସରକାରୀ ଚାକିରୀରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟେ ମାତ୍ର ଝିଅ ଭବାନୀପାଟଣାରେ ବିବାହ କରି ସେଠାରେ ରହୁଛନ୍ତି l ରମେଶ ଏକାକୀ ଘରେ ରହୁଥିବା ବେଳେ ଘର କାମ କରିବା ପାଇଁ ଜଣେ କାମ ବାଲୀ ସରସ୍ବତୀ ଯାନୀକୁ ରଖିଥିଲେ l ସରସ୍ବତୀ ଯାନୀ ଦୀର୍ଘ ଦିନ ଧରି ତାଙ୍କ ଘର ର ସମସ୍ତ କାର୍ଯ୍ୟ କରୁଥିଲେ l ରମେଶଙ୍କ ଟଙ୍କା ଓ ଜିନିଷ ଉପରେ ତାଙ୍କ କାମଵାଲିର ନଜର ପଡିଥିଲା l ରମେଶଙ୍କୁ ବାଟରୁ ହଟାଇବା ପାଇଁ ତାଙ୍କ ଘରେ କାମ କରୁଥିବା କାମବାଲି କରିଥିଲା ଯୋଜନା l କାମବାଲି ସରସ୍ବତୀ ଯାନୀ ଓ ତାଙ୍କ ସହଯୋଗୀ ମିଶି ରମେଶଙ୍କ ଗୋଡ଼ ହାତ ବାନ୍ଧି ହତ୍ୟା କରିଥିଲେ l ହତ୍ୟା କରିବା ପରେ ତାଙ୍କ ମୋବାଇଲକୁ ପୋଡି ଜଳାଇ ଦେଇଥିଲେ l ରମେଶଙ୍କ ଘରୁ ସୁନା, ରୁପା ସମେତ ଟଙ୍କା ଲୁଟି ନେଇଥିଲେ l 8 ତାରିଖ ସକାଳୁ ଘଟଣା ସମ୍ପର୍କ ରେ ପୋଲିସ ଖବର ପାଇବା କ୍ଷଣି ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା l ପାରିପାର୍ଶୀକକୁ ଅନୁଧ୍ୟାନ କରି ହତ୍ୟା ହୋଇଥିବା କଥା ପ୍ରକାଶ କରିଥିଲା l ରମେଶଙ୍କ ଘରେ କାମ କରୁଥିବା କାମବାଲିର ମୋବାଇଲକୁ ଟ୍ରାକ କରି ପୋଲିସ 7 ଜଣଙ୍କୁ ଗିରଫ କରିଛି l ଗିରଫ ହୋଇଥିବା 7 ଜଣଙ୍କ ମଧ୍ୟରୁ 2 ଜଣ ମହିଳା ରହିଥିବା ବେଳେ 5 ଜଣ ଯୁବକ ରହିଛନ୍ତି l ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି l ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ପ୍ରତାପ ଟାକ୍ରୀ, କିଷାନ ବାଗ, ନରାଜ ବେନିୟା, ମହେନ୍ଦ୍ର ପାଣିଗ୍ରାହୀ, ରାମ ଗୌଡ଼, ସରସ୍ବତୀ ଜାନୀ, ଅଶୋକ ରାୟ ବୋଲି ପୋଲିସ ସୂଚନା ଦେଇଛି l ଗିରଫଙ୍କ ଠାରୁ ସୁନା, ରୁପା,6 ଟି ମୋବାଇଲ ସମେତ ନଗଦ 15 ହଜାର ଟଙ୍କା ଜବତ କରାଯାଇଛି l ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି କୋରାପୁଟ ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଲେ ଏସଡିପିଓ ଶ୍ରାବଣୀ ନାୟକ l

Comments (0)
Add Comment