ଡକାୟତି ଉଦ୍ୟମ ପଣ୍ଡ; ୩ ଗିରଫ, ୩ ଫେରାର

ଲାଞ୍ଜିଗଡ ୨୧.୬ (ନି.ପ୍ର.): କଳାହାଣ୍ଡି ଜିଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଦିନକୁ ଦିନ ଚୋରୀ, ତସ୍କରୀ ଓ ଡକାୟତି ବୃଦ୍ଧି ପାଉଥିବାବେଳେ ବିଭିନ୍ନ ଅଞ୍ଚଳରେ ଯୁବକ ନକଲି ନକ୍ସଲ ନାଁରେ ଚାନ୍ଦା ଆଦାୟ କରି ସାଧାରଣ ଲୋକଙ୍କୁ ଭୟଭୀତ କରାଉ ଥିବା ନଜରକୁ ଆସିଥିବା ବେଳେ ଅନେକ ଗୁଡିଏ ନକଲି ନକ୍ସଲ ଲାଞ୍ଜିଗଡ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବର୍ତମାନ ଆଉଏକ ଡକାୟତୀ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୋଟିଏ ଡକାୟତୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଲାଞ୍ଜିଗଡ ପୁଲିସ ସୁଚନା ଅନୁଯାୟୀ, ଲାଞ୍ଜିଗଡ ଠାରୁ ବେନଗାଁକୁ ପ୍ରଧାନ ମନ୍ତ୍ରୀ ରାସ୍ତାକାମ ଚାଲିଥିବା ବେଳେ ଭଟ୍ଟାଜରୀ ନିକଟସ୍ଥ କାଣ୍ଡଗୁଡା ଠାରେ କ୍ୟାମ୍ପ ନିର୍ମାଣ ହୋଇଛି । ବିଭିନ୍ନ ଅଞ୍ଚଳରେ କିଛି ଦୁର୍ବୁତ ଠିକାଦାର କ୍ୟାମ୍ପକୁ ଡକାୟତୀ ଉଦ୍ୟମ କରୁଥିବା ବେଳେ ବିଶେସ ସୁତ୍ରରୁ ପୁଲିସ ଖବର ପାଇ ଆଇଆଇସି ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ସେମାନଙ୍କୁ ଧରିବାରେ ସଫଳ ହେଇଛନ୍ତି । ୬ ଜଣ ଦୁର୍ବୁତ ଥିବା ବେଳେ ୩ ଜଣ ଡକାୟତଙ୍କୁ କାବୁ କରିଥିବାବେଳେ ୩ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆଇଆଇସି ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଛନ୍ତି । ରାୟଗଡ ଜିଲ୍ଲା କାଶିପୁର ବ୍ଲକର କଞ୍ଜନାବାଡି ଗାଁର ବାଲି ମାଝୀ, ଲାଖବାହାଲି ଗାର ଅର୍ଜୁନ ବାରିକ ମାଝୀ ଓ ସୁନାଖାଡି ଗାଁର ରାଜେନ୍ଦ୍ର ନାଏକ ଏହି ୩ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ ହୋଇଥିବା ବେଳେ ଜଣଙ୍କ ନାଁରେ ୩ଟି ଲେଖାଏଁ ଆଧାରକାର୍ଡ ସିଜ କରିଛି ଲାଞ୍ଜିଗଡ ପୁଲିସ । ଏହି ଡକାୟତି ଗ୍ୟାଙ୍ଗକୁ ନେଇ ଅନେକ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ହକାୟତି ଗ୍ୟାଙ୍ଗକୁ ନେଇ ଅନେକ ଗୁଡିଏ ଖୋଳତାଡ କରୁଛି ପୋଲିସ ।

Comments (0)
Add Comment