ଡ଼୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଓ ଗଣ ଧାରଣା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଚମ୍ପୁଆ : ଚମ୍ପୁଆ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ମଣ୍ଡଳ ଆସନ୍ତା ୧୫ ତାରିଖରୁ‌ ଷ୍ଟିୟରିଂ ଛାଡ ଓ ଗଣ ଧାରଣା ଦେବା ପାଇଁ ଏକ ଦାବିପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ୱେତପଦ୍ମା ଧଳଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ସ୍ମରଣଯୋଗ୍ୟ କି ଡ଼୍ରାଇଭର ମହାସଂଘ ତରଫରୁ ବିଭିନ୍ନ ସମୟରେ ସେମାନଙ୍କର ସମସ୍ୟା ପୂରଣ ପାଇଁ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଭିନ୍ନଭିନ୍ନ ଆଳ ଦେଖାଇ ସେମାନଙ୍କ ଦାବି ପୂରଣ କରି ନାହାନ୍ତି । ଅଧିକନ୍ତୁ ଦିନ ପରେ ଦିନ ଗଡ଼ାଇ ସେମାନଙ୍କ ସହ ବିଶ୍ବାସଘାତ କରିଛନ୍ତି । ତେଣୁ ସେମାନଙ୍କ ଦାବି ପୂରଣ ପାଇଁ ସେମାନେ ଆସନ୍ତା ୧୫ ତାରିଖରୁ ଶାନ୍ତିପୂର୍ଣ୍ଣ ଭାବେ ଷ୍ଟିୟରିଂ ଛାଡ ସହ ରାଜରାସ୍ତାରେ ଗଣ ଧାରଣା ଦେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସମୟରେ ଜରୁରୀକାଳୀନ ସେବା ଯଥା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ, ଗଣମାଧ୍ୟମ, ପ୍ରଶାସନିକ ଗମନାଗମନ ସେବା ଗୁଡିକ ଅବ୍ୟାହତ ରହିବ ବୋଲି ଚମ୍ପୁଆ ବ୍ଲକ ଡ଼୍ରାଇଭର ମହାସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ସମ୍ପାଦକ ଅର୍ଜୁନ ଚରଣ ମହାନ୍ତ ପ୍ରକାଶ କରିଛନ୍ତି।

Comments (0)
Add Comment