ଡା. ପ୍ରେମାନିଧି ପଣ୍ଡାଙ୍କୁ ଡିଏଚଏସ ପକ୍ଷରୁ ପର୍ଫିସିଓ ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ବିଶିଷ୍ଟ ମଧୁମେହ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରେମାନିଧି ପଣ୍ଡାଙ୍କୁ, ଚିକିତ୍ସାରେ ନୁଆ ପଦ୍ଧତି ଅବଲମ୍ବନ ଏବଂ ଉଚ୍ଚତର ଗବେଷଣା ପାଇଁ ୨୦୨୧ ମସିହାର ଶ୍ରେଷ୍ଠ ଡାକ୍ତର ଭାବେ ସମ୍ମାନିତ କରାଯାଇଛି । ନୁଆଦିଲ୍ଲୀ ସ୍ଥିତ ଡି ଏଚ ଏସ ଫାଉଣ୍ଡେସନ ପକ୍ଷରୁ ଡା. ପଣ୍ଡାଙ୍କୁ ଏହି ପର୍ଫିସିଓ (ଚିକିତ୍ସାରେ ନିଖୁଣତା ଅବଲମ୍ବନ ନେଇ) ଆୱାର୍ଡ ପ୍ରଦାନ କରାଯାଇଛି । ଭୁବନେଶ୍ୱରର ପଣ୍ଡା ଡାଇବେଟିକ ଏବଂ ଏଜିଂ ମେଡିସିନ ସେଂଟର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡା. ପଣ୍ଡା ଏହା ପୁର୍ବରୁ ଭାରତୀୟ ଚିକିତ୍ସକ ଆୱାର୍ଡ, ଲିବ୍ଲନ୍ ମେଡିକାଲ କାଉନସିଲ ଆୱାର୍ଡ, ଭାରତର ଶ୍ରେଷ୍ଠ ଡାକ୍ତର, ସାର ରତନ ଟାଟା ସ୍କଲାର୍ଷିପ ଆଦି ବିଭିନ୍ନ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ସେ ମଧ୍ୟ ଦେଶର ଏକମାତ୍ର ଜେରୋନଟୋଲୋଜୀ (ଜରାତତ୍ୱ) ବିଶେଷଜ୍ଞ ଡାକ୍ତର ଭାବେ ପରିଚିତ । ସେହିଭଳି ସେ ଲଣ୍ଡନ, ମେଲବର୍ଣ୍ଣ, ଦୁବାଇ, ଆମେରିକାର ଭେଗାସ ଆଦି ସ୍ଥାନକୁ ସ୍ୱତନ୍ତ୍ରଭାବେ ନିମନ୍ତ୍ରୀତ ହୋଇ ମଧୁମେହ ଚିକିତ୍ସା ପଦ୍ଧତି ଉପରେ ଉଚ୍ଚମାନର ଗବେଷଣାତ୍ମକ ସନ୍ଧର୍ବ ପାଠ କରିଛନ୍ତି । ଏହା ଛଡା ମଧୁମେହର ଚିକିତ୍ସା ଉପରେ ସେ ତିନୋଟି ଉଚ୍ଚମାନର ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି ଯାହା ଗବେଷକ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ବେଶ ଆଦୃତ ହୋଇଛି ।

Comments (0)
Add Comment