ଡେଲାଙ୍ଗରେ ପଜେଟିଭ୍ ସଂଖ୍ୟା ୨୪୩

ଡେଲାଙ୍ଗ: କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛିା ଗୋଟେପଟେ କରୋନା ମହାମାରୀ ଦୁଃଖ ଅନ୍ୟପଟେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପି ଅଂଚଳରେ ଭୟ ବଢାଉଛି । ଡେଲାଙ୍ଗ ବ୍ଲକରେ ପ୍ରତ୍ୟକ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଚାଲିଛି । ସୋମବାର କରୋନା ପଜେଟିଭ୍ ୪ଜଣ ଚିହ୍ନଟ ହୋଇଛନ୍ତି । ଡେଲାଙ୍ଗ,ପିଢପାଟଣା,ଦେଏପୁର ଶାସନ ସହିତ ତିଗିରିଆରୁ ଜଣେ ଲେଖାଏଁ ପଜେଟିଭ୍ ଚିହ୍ନଟ ହୋଇଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ସମସ୍ତ ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଡେଲାଙ୍ଗ ବ୍ଲକରେ ସୋମବାର ସୁଧା ୪ଜଣ କରୋନା ପଜେଟିଭ୍ କୁ ମିଶାଇ ମୋଟ ଆକ୍ରାନ୍ତସଂଖ୍ୟା ୨୪୩ ରେ ପହଂଚି ଥବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ପ୍ରକାଶ ।

Comments (0)
Add Comment